ଚାଲିଛି ମାନଭଂଜନ

38

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ମାନଭଞ୍ଜନ ପାଇଁ ଲାଗିଛନ୍ତି ବିଜେପିର ଛାମୁଆ ନେତା । ପ୍ରଧାନମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇନଥିବାରୁ ରୁଷିଛନ୍ତି ବିଜେପି ବିଧାୟକ । ଆସନ୍ତାକାଲି ରାଉରକେଲାରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ବିକାଶ ଉତ୍ସବରେ ଯୋଗ ଦେବେନାହିଁ ବୋଲି ଘୋଷଣା କରିସାରିଛନ୍ତି ଦିଲ୍ଲୀପ । ହେଲେ ଆଜି ବିକାଶ ଉତ୍ସବ ପାଇଁ ବସିଥିବା ପ୍ରସ୍ତୁତି ବୈଠକରେ ସାମିଲ ହୋଇଥିଲେ ବିଧାୟକ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଏକାଠି ବସି ପୂରା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀପ । ସଭାକୁ କିଭଳି ସୁଫଳ କରାଯିବ ସେଥିଲାଗି ବୈଠକରେ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇଛି । କେନ୍ଦ୍ରରେ ଏନଡିଏ ସରକାରଙ୍କ ଦୁଇବର୍ଷ ପୂର୍ତି ଲାଗି ଏହି ବିକାଶ ଉତ୍ସବର ଆୟୋଜନ କରାଯାଇଛି । ତେଣୁ କିଭଳି ଏହି ଉତ୍ସବରେ ଅଧିକରୁ ଅଧିକ ଲୋକ ଯୋଗଦେବେ, କର୍ମୀମାନଙ୍କୁ କେମିତି ସଂଗଠିତ କରାଯିବ ସେନେଇ ଆଲୋଚନା ହୋଇଛି । ସେପଟେ ବିଧାୟକ ଦିଲ୍ଲୀପ ରାୟଙ୍କୁ ମନେଇବାରେ ଲାଗିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ଆସନ୍ତାକାଲି ରାଉରକେଲା ଆସୁଥିବା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ତଥାପି ଦିଲ୍ଲୀ ତାଙ୍କ ନିଷ୍ପତିରେ ଅଟଳ ଅଛନ୍ତି । ସେପଟେ ଦିଲ୍ଲୀପ ଯେତେ ମନା କରୁଥିଲେ ବି ଠିକଣା ସମୟରେ ସଭାରେ ସାମିଲ ହେବେ ବୋଲି ଆଶା ରଖିଛନ୍ତି ଜୁଏଲ ଓରାମ ।