କଂଗ୍ରେସର ନେତା ଦିଗବିଜୟ ସିଂଙ୍କ ବୟାନକୁ ନେଇ ବିବାଦ ! ତେଲେଙ୍ଗାନା ପୁଲିସ ଉପରେ ଆଣିଲେ ସଂଗୀନ ଅଭିଯୋଗ

27

କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ବୟାନକୁ ନେଇ ବିବାଦ । ତେଲେଙ୍ଗାନା ପୁଲିସ ଉପରେ ସଂଗୀନ ଅଭିଯୋଗ ଆଣିବା ପରେ ଏବେ ବିବାଦଘେରରେ ଦିଗବିଜୟ ।

କଂଗ୍ରେସର ବରିଷ୍ଠ ନେତା ଟୁଇଟ କରିଛନ୍ତି କି ତେଲେଙ୍ଗାନା ପୁଲିସ ଆତଙ୍କବାଦୀ ସଂଗଠନ ଆଇଏସ ନାଁରେ ଏକ ନକଲି ଆକାଉଂଟ ବନାଇଛି । ଯେଉଁଥରେ ମୁସଲିମ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବା ନେଇ ପ୍ରୋତ୍ସାହିତ କରାଯାଉଛି ।
ଏଥିସହ ଦିଗବିଜୟ କହିଛନ୍ତି କି ତେଲେଙ୍ଗାନା ପୁଲିସ ଭୁଲ ସୂଚନା ଦେଇ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଛି । ବିଶେଷ କରି ମୁସଲିମ ଯୁବକଙ୍କୁ ଟାର୍ଗେଟ କରିବା ସହ ଆତଙ୍କବାଦି ସଂଗଠନରେ ସାମିଲ କରାଉଛି ।

ଦିଗବିଜୟଙ୍କ ବୟାନକୁ ନେଇ କଡା ନିନ୍ଦା ପ୍ରକାଶ କରିଛନ୍ତି ତେଲେଙ୍ଗାନା ଆଇଟି ମନ୍ତ୍ରୀ କେଟି ରାମା ରାଓ । ଏନେଇ କଂଗ୍ରେସ ଉପାଧ୍ୟକ୍ଷଙ୍କ ହସ୍ତକ୍ଷେପ ଲୋଡିବା ସହ ଦିଗବିଜୟଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ରାଓ ।