କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ନାମାଙ୍କନ ଦାଖଲ ପାଇଁ ଆସିଲେନି ବିପ୍ଳବ ପାତ୍ର ଗୋଷ୍ଠୀ । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ବି ନାମାଙ୍କନ ଦାଖଲ କଲେନି । ବିପିନ ପାତ୍ର ଗୋଷ୍ଠୀର ୧୪ ସମିତି ସଭ୍ୟ ଠିକ୍ ସମୟରେ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ । ବିପ୍ଳବ ପାତ୍ର ଗୋଷ୍ଠୀର କେହି ନାମାଙ୍କନ ଦାଖଲ କରିନଥିବାରୁ ବିପିନ ପ୍ରଧାନ ଗୋଷ୍ଠୀ ଜିତିବା ନିଶ୍ଚିତ । ଏବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରିଛି । ଯାହାକୁ ନେଇ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିପିନ ପ୍ରଧାନ ଗୋଷ୍ଠୀର ସମର୍ଥକ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଥମ ଥର ନିର୍ବାଚନ ବେଳେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା । ଏହା ପରେ ନିର୍ବାଚନକୁ ବାତିଲ କରାଯାଇଥିଲା ।