ବାହାଘର ପାର୍ଟିରେ ଧୋନିଙ୍କ ଲାଡଲିଙ୍କ ଜବରଦସ୍ତ ଡ୍ୟାନ୍ସ । ଜିଭାଙ୍କ ଆଗରେ ଫିକା ପଡିଲେ ଧୋନି ଓ ଯୁବରାଜ ସିଂ ।

42

ଭାରତର ପୂର୍ବତନ କ୍ରିକେଟ୍ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ତାଙ୍କ ଝିଅ ଜିଭା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ ପାର୍ଟିକୁ ଧୋନୀ ଓ ତାଙ୍କ ପରିବାର ଲୋକ ଯାଇଥିବା ବେଳେ ପାର୍ଟିରେ ଜିଭା କରିଥିଲେ ନୃତ୍ୟ ଆଉ ବନିଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ । ଜିଭାଙ୍କ ଏହି ଡାନ୍ସ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପାର୍ଟିରେ ଜିଭାଙ୍କ ଜଲୱା । ଭାଇରାଲ ହେଲା ଡ୍ୟାନ୍ସ ଭିଡିଓ । ଡ୍ୟାନ୍ସ ଫ୍ଲୋରରେ ମସ୍ତିଭରା ଡ୍ୟାନ୍ସ କରୁଛନ୍ତି ଜିଭା । ଫ୍ଲରୋଲ ଲେହେଙ୍ଗାରେ ଜିଭା ବହୁତ କ୍ୟୁଟ ଦେଖାଯାଉଥିବା ବେଳେ ତାଙ୍କର ଡ୍ୟାନ୍ସ ପାର୍ଟିରେ ପୂରା ଚାରଚାନ୍ଦ ଲଗେଇଥିଲା । ଅନ୍ୟପଟେ ଝିଅ ଡ୍ୟାନ୍ସ କରୁଥିବା ବେଳେ ବାପା ଧୋନୀ ଠିଆ ହୋଇ ନିରିଖି ଦେଖୁଥିଲେ । ଝିଅର ଡ୍ୟାନ୍ସରେ ମସଗୁଲ ହୋଇଥିବା କ୍ୟାପଟେନ କୁଲ ଆଖିର ପଲକ ପଡ଼ୁନଥିଲା । ଜିଭାଙ୍କ ଏହି ମସ୍ତିୱାଲା ଡ୍ୟାନ୍ସ ପାର୍ଟିରେ ସମସ୍ତ ଲୋକଙ୍କୁ ଖୁସିର ଖୋରାକ ଯୋଗାଇଥିଲା ।

ଲଣ୍ଡନ ବିପକ୍ଷରେ ଖେଳି ଭାରତକୁ ଫେରିବା ପରେ ମୁମ୍ବାଇରେ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ ଧୋନୀଙ୍କ ପରିବାର । ସାକ୍ଷୀଙ୍କ ଘନିଷ୍ଠତା ବାନ୍ଧବୀଙ୍କ ବିବାହ ଥିବା ବେଳେ ମେହେନ୍ଦୀ ଓ ସଙ୍ଗୀତ ସେରିମନୀରେ ସମସ୍ତେ ସାମିଲ ହୋଇଥିଲେ । ଏହି ପାର୍ଟିରେ କ୍ରିକେଟ ତାରକାଙ୍କ ଠାରୁ ଆରମ୍ଭ କରି ବହୁ ଭିଆଇପି ଦେଖିବାକୁ ମିଳିଥିଲା । ହେଲେ ପାର୍ଟିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜିଭା । ଜିଭା ତାଙ୍କର ଏହି କ୍ୟୁଟନେସ ପାଇଁ ସୋସଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।