ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ଟି ଦିନିକିଆ ପାଇଁ ଦଳ ଘୋଷଣା । ଧୋନୀଙ୍କୁ ବିଶ୍ରାମ, ପନ୍ତ ସାମିଲ

617

କନକ ବ୍ୟୁରୋ : ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଠାରୁ ୩୨ ରନରେ ବିରାଟ ବାହିନୀ ପରାସ୍ତ ହେବା ପରେ ଆଗାମୀ ୨ଟି ଦିନିକିଆ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ତେବେ ଦଳରେ ଗୋଟିଏ ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର । ଧୋନିଙ୍କୁ ଆଗାମୀ ଦୁଇଟି ମ୍ୟାଚରେ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି ।

ଆଗକୁ ବିଶ୍ୱକପ ଥିବାରୁ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଋଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଛି । ସେହିଭଳି ତୃତୀୟ ଦିନିକିଆରେ ସାମାନ୍ୟ ଆହତ ହୋଇଥିବା ମହମ୍ମଦ ସାମିଙ୍କୁ ମଧ୍ୟ ଆଗାମୀ ମ୍ୟାଚରେ ବିଶ୍ରାମ ଦେଇପାରେ ଟିମ୍ ମ୍ୟାନେଜମେଣ୍ଟ । ତାଙ୍କ ସ୍ଥାନରେ ଗୁରୁତ୍ୱପୂଣ୍ଣ ଚତୁର୍ଥ ମ୍ୟାଚରେ ଭୁବନେଶ୍ୱର କୁମାରଙ୍କୁ ସ୍ଥାନ ମିଳିପାରେ ।