ଦିନିକିଆରୁ ଧୋନୀ ନେବେ କି ଅବସର ? ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଭିଡିଓ, ଜାଣନ୍ତୁ ପୁରା ଘଟଣା ।

92

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି ମହେନ୍ଦ୍ର ସିଂ ଧୋନି । ଇଂଲଣ୍ଡରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ ଟିମ୍ ପରାସ୍ତ ହୋଇ ପାଭିଲିୟନକୁ ଫେରୁଥିବା ସମୟରେ, ଧୋନୀ ଅମ୍ପାୟରଙ୍କ ହାତରୁ ବଲ୍ ନେଇଥିଲେ । ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚା ଜୋର ଧରିଛି ।

କ୍ରିକେଟ ଜଗତରୁ ଅବସର ନେବେ କି ଧୋନୀ । ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମୁହଁରେ । ସୋସିଆଲ୍ ମିଡିଆଠୁ ନେଇ ତାଙ୍କ ଫ୍ୟାନଙ୍କ ଯାଏଁ ସମସ୍ତଙ୍କ ମଧ୍ୟରେ ଏବେ ଧୋନୀଙ୍କ ଅବସର ଖବରକୁ ନେଇ ଚର୍ଚ୍ଚା । ଇଲଂଣ୍ଡ ଗସ୍ତ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ଉଠିଛି, ଏହି ଚର୍ଚ୍ଚା । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଆଠ ଓିକେଟରେ ପରାଜିତ ହୋଇଥିଲା । ଏହାପରେ ଧୋନି ଫିଲଡ୍ ଛାଡିବା ପୂର୍ବରୁ ଅମ୍ପାୟରଙ୍କ ହାତରୁ ବଲ୍ ମାଗିଥିଲେ । ଯେଉଁ ଦୃଶ୍ୟକୁ ଧୋନୀଙ୍କ ଅବସର ସହ ଯୋଡାଯାଉଛି ।

ଧୋନୀଙ୍କ ଅନ୍ଦାଜକୁ ନେଇ ଜୋରଦାର ଚର୍ଚ୍ଚା । ଟେଷ୍ଟ ଅବସର ସମୟରେ ନେଇଥିଲେ ଷ୍ଟମ୍ପ । ସବୁବେଳେ ନିଜର ଏକ ନିିଆରା ଅନ୍ଦାଜ୍ ପାଇଁ ଚର୍ଚ୍ଚାରେ ଥାନ୍ତି ମାହି । ମ୍ୟାଚ୍ ବିଜୟ ସମୟରେ ତାଙ୍କର ଫିନିସିଂ ଛକା ହଉ କି ଚୌକା । ଅବା ପଡିଆରେ ନିଜର ଗେମ୍ ପ୍ଲାନିଂକୁ ନେଇ । ଠିକ୍ ସେହିଭଳି ଭାବେ ୨୦୧୪ରେ ତାଙ୍କ ଅବସର ଘୋଷଣା ବି ସମସ୍ତଙ୍କୁ ଚକିତ କରିଥିଲା । ଅଷ୍ଟ୍ରେଲିଆ ସହ ଶେଷ ଟେଷ୍ଟ ମ୍ୟାଚରେ ଧୋନି ଅମ୍ପାୟରଙ୍କ ହାତରୁ ଷ୍ଟମ୍ପ ନେଇଥିଲେ ଏବଂ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଯାହା ତାଙ୍କ ଫ୍ୟାନଙ୍କୁ  ବେଶ୍ ଦୁଃଖିତ କରିଥିଲା । ଏବେ ପୁଣି ସେହିଭଳି ଏକ ଭିଡିଓ ଭାଇରାଲ ହେବାପରେ ଧୋନିଙ୍କ ଅବସର ଆକଳନକୁ ନେଇ ଫ୍ୟାନ୍ ମର୍ମାହତ ।