ବିଏସକେୱାଇ କାର୍ଡରେ ବ୍ୟାପକ ହେରଫେର ଅଭିଯୋଗ । ସିଲ୍ ହେଲା ଢେଙ୍କାନାଳର ପଣ୍ଡା ନର୍ସିଂ ହୋମ୍

134

କନକ ବ୍ୟୁରୋ : ସିଲ୍ ହେଲା ପଣ୍ଡା ନର୍ସିଂ ହୋମ୍ । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗୁଡିଆନାଳି ନିକଟରେ ଥିବା ନର୍ସିଂ ହୋମକୁ ପ୍ରଶାସନ ସିଲ କରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ବ୍ୟାପକ ହେରଫେର ଓ ଚିକିତ୍ସାରେ ଅବହେଳା କରୁଥିବା ନେଇ ରହିଛି ଅଭିଯୋଗ ।

ନକଲି ଦସ୍ତଖତ କରାଇ ନର୍ସିଂହୋମର ଡାକ୍ତର ଟଙ୍କା ହଡପ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ଏହାପରେ ଖବର ପାଇ ସିଡିଏମଓ ନିଜେ ଚଢାଉ କରି କିଛି ନକଲି ଡକ୍ୟୁମେଣ୍ଟ୍ ଜବତ କରିଛନ୍ତି । ଚଢାଉ ସମୟରେ ଜଣେ ଡିଏସପି ଓ ଜଣେ ଉପଜିଲ୍ଲାପାଳ ମଧ୍ୟ ସାମିଲ ହୋଇଥିଲେ ।

ତେବେ ନର୍ସିଂହୋମର ଚିକିତ୍ସା ,ନକଲି ଦସ୍ତଖତ ଓ ବିଏସକେୱାଇ କାର୍ଡରେ ଜାଲିଆତି କରିଥିବା ପ୍ରମାଣ ପାଇବା ପରେ ଜିଲ୍ଲାପାଳଙ୍କ ନିକଟରେ ଜଣାଇଥିଲେ ଇନକ୍ୱାରୀ ଟିମ୍ । ଆଉ ସମସ୍ତ କାଗଜପତ୍ର ଯାଞ୍ଚ ପରେ ଜିଲ୍ଲାପାଳ ସରୋଜ କୁମାର ସେଠି ତୁରନ୍ତ ନର୍ସିଂ ହୋମ ସିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।