ଢ଼େଙ୍କାନାଳ : ପଣ୍ଡୁଆ ଅଂଚଳର ଜଣେ ବିଧବା ମହିଳାଙ୍କୁ ଥାନା ଭିତରେ ମାଡ଼ମାରିବା ସହ ର୍ଦୁବ୍ୟବହାର କରାଯାଇଥିବା ଅଭିଯୋଗ

38

କନକ ବ୍ୟୁରୋ : ମହିଳାଙ୍କୁ ଥାନା ଭିତରେ ମାଡ଼ମାରିବା ସହ ର୍ଦୁବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଢ଼େଙ୍କାନାଳ ପଣ୍ଡୁଆ ଅଂଚଳର ଜଣେ ବିଧବା ମହିଳା ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥବା ବେଳେ ପୋଲିସ ତାଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମହିଳା ଜଣକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହାସହ ଏସପିଙ୍କ କାର୍ଯ୍ୟାଳୟରେ ଥିବା ମହିଳା ସେଲର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ମହିଳା । ମହିଳାଙ୍କ ଝିଅକୁ ତାଙ୍କ ପଡ଼ୋଶୀର ଝିଅ ପୋଖରିରେ ବୁଡ଼ାଇ ମାରିବାକୁ ଉଦ୍ୟମ କରିଥଲା । ଏନେଇ ମହିଳା ଜଣକ ପଣ୍ଡୁଆ ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିଲେ ।