ବଢୁଛି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରହସ୍ୟ। ଘଣ୍ଟା ଜରିଆରେ କରୁଥିଲେ ଘରର ସିସିଟିଭି ଅପରେଟ।

122

କନକ ବ୍ୟୁରୋ: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାର କାରଣକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । କେଉଁ କାରଣକୁ ନେଇ ଧର୍ମେନ୍ଦ୍ର ଏଭଳି ନିଷ୍ପତି ନେଲେ ସେ ନେଇ ଅନୁସନ୍ଧାନ କରୁଛି ପୁଲିସ । ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭିର ରହିଥିଲା ଲିଙ୍କ ! ଘରର ସବୁ ସିସିଟିଭି କ୍ୟାମେରାକୁ ଧର୍ମେନ୍ଦ୍ର ତାଙ୍କ ଘଂଟା ଜରିଆରେ କରୁଥିଲେ ଅପରେଟ । ଏହାକୁ ଜାଣିବା ପାଇଁ ପୁଲିସ କରିବ ଯାଞ୍ଚ । ସୋମବାରଦିନ ଧର୍ମେନ୍ଦ୍ରଙ୍କ ପତ୍ନୀ. ନାବାଳକ ପୁଅ , ରେଷେୟା ଓ ଅନ୍ୟ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲା ପୁଲିସ ।

ସେପଟେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପିର ଆନ୍ଦୋଳନ ଜାରି ରହିଛି । ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଅଭିଯୋଗରେ ନିମାପଡା ଦୋଳବେଦୀ ଛକ ନିକଟରେ ରାସ୍ତାରୋକ କରିଛନ୍ତି ବିଜେପି କର୍ମୀ । ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରି ଆନ୍ଦୋଳନ କରିଛନ୍ତି ବିଜେପି କର୍ମୀ ।

ଧର୍ମେନ୍ଦ୍ର ସାହୁଙ୍କ ମୋବାଇଲ ଫୋନ, ସ୍ମାର୍ଟ ୱାଚ ଓ ଟଙ୍କା ବାହାରେ ଫିଙ୍ଗାଯିବା ଘଟଣା ଅନେକ ସନ୍ଦେହ ସୃଷ୍ଟି କରିଛି । ପ୍ୟାଣ୍ଟ ସାର୍ଟ ଗାଡି ଭିତରେ ମିଳିଥିଲା । ତେଣୁ କେଉଁ ପରିସ୍ଥିତିରେ ଓ କଣ ପାଇଁ ସେ ଆତ୍ମହତ୍ୟା କଲେ ତାର ଉତ୍ତର ଖୋଜୁଛି ପୁଲିସ ।