ଦୀପାବଳି ବେଳକୁ କମିପାରେ ପେଟ୍ରୋଲ ଓ ଡିଜେଲ ଦର ! ଧର୍ମେନ୍ଦ୍ର କହିଲେ, ଉତ୍ପାଦନ ବଢିଲେ ଆସନ୍ତା ମାସ ବେଳକୁ କମିପାରେ ତେଲଦର

21

କନକ ବ୍ୟୁରୋ : ଦୀପାବଳି ସୁଦ୍ଧା କମିପାରେ ପେଟ୍ରୋଲ ଓ ଡିଜେଲ ଦର । ବର୍ଦ୍ଧିତ ତେଲଦର ପ୍ରତିବାଦରେ ବିଜେଡିର ଆନ୍ଦୋଳନ ଭିତରେ ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଦୀପାବଳି ଅର୍ଥାତ ଆସନ୍ତା ମାସ ବେଳକୁ ଭାରତୀୟ ବାଜରରେ ପେଟ୍ରୋଲଜାତ ପଦାର୍ଥର ଦର କମିପାରେ । ପେଟ୍ରୋଲ ଓ ଡିଜେଲ ଦର ନିୟମିତ ଧାର୍ଯ୍ୟ ହେଉଥିଲେ ମଧ୍ୟ ଚଢା ଦରକୁ ନେଇ ଧର୍ମେନ୍ଦ୍ର ବର୍ତମାନ ଅଡୁଆରେ ଅଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର କମ୍ ରହିଥିବାବେଳେ ଭାରତୀୟ ବଜାରରେ ଏହାର ପାଖାପାଖି ଦୁଇଗୁଣା ଦରକୁ ନେଇ ବିରୋଧୀ, କେନ୍ଦ୍ରରେ ମୋଦି ସରକାର ଓ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ।

Mauritius PM meet Petroleum Minister Dharmendra Pradhanଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେରିକାରେ ବନ୍ୟା ଫଳରେ ବିଷୋଧିତ ତେଲ ଉତ୍ପାଦନ ପ୍ରାୟ ୧୩ ପ୍ରତିଶତ କମିଯାଇଥିବାରୁ ପେଟ୍ରୋଲ ଓ ଡିଜେଲ ଦର ଉଚ୍ଚା ରହିଛି । ଉତ୍ପାଦନ ବଢିଲେ ଆସନ୍ତା ମାସ ବେଳକୁ ପେଟ୍ରୋଲ ଓ ଡିଜେଲ ଦର କମିପାରୋ ପେଟ୍ରୋଲ ଓ ଜିଡେଲକୁ ଦ୍ରବ୍ୟ ଓ ସେବା କର- ଜିଏସଟି ଅଧିନକୁ ଅଣାଯିବ ନେଇ ସେ ଆଶାବାଦୀ ଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏବେ ଆସନ୍ତୁ ଜାଣିବା ୨୦୧୪ ଓ ୨୦୧୭ର ସ୍ଥିତି-

ଜୁନ ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଥିଲା ବ୍ୟାରେଲ ପ୍ରତି ୧୦୬ ଡଲାର ।Exclusive Interview With Dharmendra Pradhan ପେଟ୍ରୋଲ ଦାମ ଥିଲା ଲିଟର ପ୍ରତି ୭୧ ଟଙ୍କା, ଡିଜେଲ ମିଳୁଥିଲା ୫୭ଟଙ୍କାରେ । ସେହିଭଳି ସେପେଟମ୍ବର ୨୦୧୭ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ରହିଛି ମାତ୍ର ୫୩ ଡଲାର । ଅର୍ଥାତ ୨୦୧୪ ତୁଳନାରେ ଅଧା ମୂଲ୍ୟରେ ମିଳୁଛି ଅଶୋଧିତ ତୈଳ । ହେଲେ ପେଟ୍ରୋଲ ଏକ ଲିଟର କିଣିବାକୁ ଗଣିବାକୁ ପଡୁଛି ୭୦ ଟଙ୍କା । ଯାହା ୨୦୧୪ ଠାରୁ ମାତ୍ର ଏକ ଟଙ୍କା କମ୍ । ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଡିଜେଲ ଲିଟରକୁ ପଡୁଛି ୫୮ ଟଙ୍କା । ଅର୍ଥାତ ୨୦୧୪ ଠାରୁ ଏକ ଟଙ୍କା ଅଧି୍କ ।