ଓଡିଶାରେ ପହଂଚିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା ! ବିମାନବନ୍ଦରରୁ ବିରାଟ ପଟୁଆରରେ ପାଛୋଟି ନେଲେ ନେତା ଓ କର୍ମୀ

23

କନକ ବ୍ୟୁରୋ : ଓଡିଶାରେ ପହଂଚିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଭୁବନେଶ୍ୱରରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବମେଶ୍ୱର ବିମାନବନ୍ଦରରୁ ଏକ ବିରାଟ ରାଲିରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଆଯାଇଛି । ରାଜ୍ୟ ସ୍ତରର ଦଳୀୟ ନେତାଙ୍କ ସହ ହଜାର ହଜାର କର୍ମୀଙ୍କୁ ନେଇ ବିଶାଳ ପଟୁଆରରେ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରାଯାଇଛି ।

ସେପଟେ ବିଜେପୁରରେ ବିଜେପିର ଶୋଚନୀୟ ପରାଜୟ ପରେ ଧର୍ମେନ୍ଦ୍ରଙ୍କ ଗସ୍ତ ମଧ୍ୟ ଅନେକ ଗୁରୁତ୍ୱ ରଖୁଛି । ବିଜେପୁର ବିପର୍ଯ୍ୟୟ ନେଇ ଦଳର ନେତାମାନେ ବିଶେଷ କିଛି ପ୍ରତିକ୍ରିୟା ରଖିନାହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ବାବଦରେ କିଛି ଟିପ୍ପଣୀ କରିନାହାନ୍ତି । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଦ୍ୱିତୀୟଥର ପାଇଁ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ୨୦୧୯ ସାଧାରଣ ନିର୍ବଚନ ଲାଗି କିଛି ସ୍ୱତନ୍ତ୍ର ରଣନୀତି ସହ ଓଡିଶା ଫେରିଥିବା ଅନୁମାନ କରାଯାଉଛି । ଏହି ଗସ୍ତକୁ ଦଳ ସଂଗଠନରେ ନୂଆ ଉତ୍ସାହ ଭରିବା ଦିଗରେ ଉପଯୋଗ କରିବାକୁ ଚାହୁଁଛି ।