ଅସୁବିଧାରେ ପଡିଥିବା ବିହାର ତୀର୍ଥଯାତ୍ରୀଙ୍କ ସହାୟତା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧନ୍ୟବାଦ ଜଣାଇଲେ ବିହାର ଉପମୁଖ୍ୟମନ୍ତ୍ରୀ ।

135

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ । ବିହାର ସମସ୍ତିପୁର ଜିଲାରୁ ଓଡ଼ିଶା ଆସିଥିବା ଏକ ତାର୍ଥଯାତ୍ରୀ ଗାଡ଼ି ବାଟରେ ଖରାପ ହୋଇଯିବାରୁ କେନ୍ଦୁଝରର ଏକ ଜଙ୍ଗଲ ନିକଟରେ ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ବିଭିନ୍ନ ଆଶଙ୍କା ଭିତରେ ରହିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସୂଚନା ପାଇବା ପରେ ତୁରନ୍ତ ସହାୟତା ପଠାଇ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏପରି ପଦକ୍ଷେପକୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ । ତାରକିଶୋର ପ୍ରସାଦ ଲେଖିଛନ୍ତି, ଅସୁବିଧା ସମୟରେ ବିହାରବାସୀଙ୍କ ସହାୟତା କରିଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି । ବିହାରବାସୀ ଏହାକୁ ସବୁଦିନ ପାଇଁ ମନେରଖିବେ ।