୩ ଦିନିଆ ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ପୁରୀ ଗସ୍ତ ସମୟରେ କରାଗଲା ଭବ୍ୟ ସ୍ୱାଗତ, ଟ୍ରେନରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବୁଲିବେ ରେଳ ମନ୍ତ୍ରୀ ।

196

କନକ ବ୍ୟୁରୋ : ଓଡ଼ିଶାରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏଥିପାଇଁ ବିମାନ ବନ୍ଦର ଆଗରେ ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବିଜେପି ନେତା ଓ କର୍ମକର୍ତ୍ତା ବିମାନ ବନ୍ଦରରେ ପହଞ୍ଚି ତାଙ୍କୁ ସ୍ୱାଗତ ଜଣାଇଛନ୍ତି ।

ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମ ଥର ଓଡ଼ିଶା ଆସିଛନ୍ତିି । ରାଜ୍ୟ ସଂଗ୍ରହାଳୟ ଛକ, ସାମନ୍ତରାପୁର ଛକ, ଲିଙ୍ଗିପୁର ଛକରେ ଦୁଇ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଅଯାଇଛି । ବିମାନ ବନ୍ଦରରେ ପହଂଚିବା ପରେ ଏକ ଶୋଭାଯାତ୍ରାରେ ପୁରୀ ଗସ୍ତ କରିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ । ପୁରୀରେ ପତିତପାବନଙ୍କୁ ଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକମ ରହିଛି । ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ବିଭିନ୍ନ ଛକରେ ଉଭୟ ନେତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ତିନି ଦିନିଆ ଗସ୍ତରେ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।ଏହାସହ ଟ୍ରେନରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ରେଳ ମନ୍ତ୍ରୀ ବୁଲିବାର କାର୍ଯ୍ୟକ୍ରମ ରହିଛି ।