ଧାମନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର : ଶେଷ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି କରିବେ କ୍ୟାମ୍ପେନିଂ

112

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ଧାମନଗର ବିଧାନସଭା ପାଇଁ ଉପନିର୍ବାଚନ ହେବ । ଏହା ପୂର୍ବରୁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଭୋଟ୍ ମାଗିବା ପାଇଁ ହାତରେ ମାତ୍ର ଗୋଟିଏ ଦିନ ଥିବାରୁ ଜୋରସୋରରେ ଲାଗି ପଡ଼ିଛନ୍ତି ସବୁ ଦଳର ପ୍ରାର୍ଥୀ ଓ ସମର୍ଥକ । ଘରକୁ ଘର ବୁଲି ପ୍ରଚାର କରିବା ସହ ଭୋଟ୍ ମାଗୁଛନ୍ତି ।

ଆଜି ପ୍ରଚାରର ଶେଷ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ମଇଦାନକୁ ଓହ୍ଲାଇବେ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ । ଧାମନଗର ବ୍ଲକ ଧୁଷୁରୀ ବାସନ୍ତୀ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧିତ କରିବେ କେନ୍ଦ୍ରମନ୍ତ୍ରୀ । ଗତ ୨୮ ଓ ୨୯ ଦୁଇ ଦିନ ଧରି ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରାରେ ପ୍ରଚାର କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଓ ଦଳୀୟ କର୍ମୀଙ୍କ ଉତ୍ସାହ ବଢାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପୁଣି ଥରେ ନିର୍ବାଚନ ପ୍ରଚାରରେ ଆସୁଥିବା ଜଣାପଡ଼ିଛି ।