ଭକ୍ତଙ୍କ ପାଇଁ ଖୁସିଖବର । ଏଥର ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ଭକ୍ତ, ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହେବ ପୁରୀ ବଡଦାଣ୍ଡ ।

264

କନକ ବ୍ୟୁରୋ : ଭକ୍ତଙ୍କ ପାଇଁ ଖୁସିଖବର । ସାଆନ୍ତେଙ୍କ ସ୍ନାନଯାତ୍ରାକୁ ନେଇ ଆସିଲା ଖୁସିଖବର । ଚଳିତଥର ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ ଭକ୍ତ । ଏନେଇ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସୂଚନା ଦେଇଛନ୍ତି ।

କରୋନା କଟକଣା କାରଣରୁ ଗତ ୨ ବର୍ଷ ହେବ ବିନା ଭକ୍ତରେ ସ୍ନାନଯାତ୍ରା ହେଉଥିଲା । ରୀତିନୀତି ଅନୁଯାୟୀ ସ୍ନାନଯାତ୍ରା ହେଉଥିଲେ ମଧ୍ୟ ଭକ୍ତଙ୍କ ବିନା ବଡଦାଣ୍ଡ ଖାଁ ଖାଁ ଦିଶୁଥିଲା । କିନ୍ତୁ ଏଥର ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଉ ଏଭଳି ଏକ ନିଷ୍ପତ୍ତି ଭକ୍ତ ମହଲରେ ଖୁସି ଆଣି ଦେଇଛି । ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦେଖିବାର ଯେଉଁ ସ୍ୱପ୍ନ ଭକ୍ତଙ୍କର ଥିଲା ତାହା ପୁଣିଥରେ ଦୀର୍ଘ ୨ ବର୍ଷ ପରେ ପୁରା ହେବାକୁ ଯାଉଛି ।