ମହାରାଷ୍ଟ୍ର ମହାନାଟକରେ ଟୁଇଷ୍ଟ ଆଣିଲେ ଦେବେନ୍ଦ୍ର ଫଡନଭିସ୍: କିଙ୍ଗ ନୁହେଁ ବନିଲେ କିଙ୍ଗ ମେକର

227

କନକ ବ୍ୟୁରୋ: ୧୦ ଦିନ ଧରି ଚାଲିଥିବା ମହାରାଷ୍ଟ୍ରର ମହାନାଟକ ଅନ୍ତ ଘଟିଛି । ଶିବସେନା ସହ ମିଶି ସରକାର ଗଢିଛି ବିଜେପି । ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଏନସିପି ନେତା ଶତର ପାୱାର । ହେଲେ ଦେବେନ୍ଦ୍ର ଫଡ଼ନବିସ୍ କାହିଁଙ୍କି ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସଂଖ୍ୟା ଗରିଷ୍ଠତା ଥିବା ସତ୍ୱେ କାହିଁକି ବିଜେପି ମୁଖ୍ୟମନ୍ତ୍ରୀ ପଦ ଏକନାଥ ସିନ୍ଦେକୁ ଦେଲେ ତାକୁ ନେଇ ଆଲୋଚନା ହେଉଛି । ହେଲେ ସରକାରରେ ନ ରହି ସରକାରକୁ ପୁରା ସହଯୋଗ କରିବାକୁ କହିଲେ ଦେବେନ୍ଦ୍ର ଫଡ଼ନବିସ୍ । ଏପେଟ ଫଡନବିସ୍ଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦବୀ ଦେବାକୁୁ ବିଜେପି କେନ୍ଦ୍ରୀୟ ଟିମ୍ର ନିଷ୍ପତି । ନିଷ୍ପତିକୁ ଗ୍ରହଣ କରିବାକୁ ଫଡ଼ନବିସ୍ଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅନୁରୋଧ ।

ସପ୍ତାହ ହେବ ମହାରାଷ୍ଟ୍ର ରାଜନୀତିରେ ଦେଖାଦେଇଥିବା ବିବାଦ ଆଜି ନିର୍ଣ୍ଣାୟକ ଭୂମିକା ନେଇଛି । ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ବିଜେପି ମିଶି ମହାରାଷ୍ଟ୍ରରେ ନୂଆ ସରକାର ଗଠନ କରିଛନ୍ତି । ହେଲେ ଦେବେନ୍ଦ୍ର ପଡନାବିସ୍ଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ସଂଖ୍ୟା ଗରିଷ୍ଠତା ଥିବା ସତ୍ୱେ ମୁଖମନ୍ତ୍ରୀ ପଦ ନେଇନାହିଁ ବିଜେପି । ଗୁରୁବାର ଏହି ଦୁଇ ନେତା ରାଜ୍ୟପାଳଙ୍କୁ ଭେଟିବା ପରେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ନୂଆ ସରକାର ଉପରେ ସୂଚନା ଦେଇଛନ୍ତି । ଦେବେନ୍ଦ୍ର ପଡନାବିସ୍ କହିଛନ୍ତି, ୨୦୧୯ ନିର୍ବାଚନରେ ଲୋକେ ବିଜେପି ଏବଂ ଶିବସେନା ମେଂଟକୁ ଭୋଟ ଦେଇଥିଲେ । କିନ୍ତୁ ଏହି ଲୋକମତକୁ ଅଣଦେଖା କରି ଶିବସେନା ହିନ୍ଦୁତ୍ୱ ଏବଂ ସାବରକରଙ୍କୁ ବିରୋଧ କରୁଥିବା ଦଳଙ୍କ ସହ ମିଶି ସରକାର ଗଠନ କରିଥିଲା । ହେଲେ ଆଜି ଲୋକଙ୍କ ମତକୁ ସମ୍ମାନ ମିଳିଛି । ଏହି ଲଢେଇ କ୍ଷମତା ପାଇଁ ନୁହେଁ ହିନ୍ଦୁତ୍ୱର ଥିଲା ବୋଲି କହିଛନ୍ତି ଏହି ବିଜେପି ନେତା ।

ମୁଖ୍ୟମନ୍ତ୍ରୀ ପଦବୀ ମିଳିବା ପରେ ଏକନାଥ ସିନ୍ଦେ ଦେବେନ୍ଦ୍ର ଫଡନବିସ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସଂଖ୍ୟା ଦୃଷ୍ଟିରେ ଫଡ଼ନାବିସ୍ ମୁଖ୍ୟମନ୍ତ୍ରୀ ହେବାର ଥିଲା କିନ୍ତୁ ସେ ବଡ଼ ହୃଦୟ ଦେଖାଇଛନ୍ତି ବୋଲି କହିଛନ୍ତି ସିନ୍ଦେ । ଏବଂ ନୂୁଆ ସରକାର ହିନ୍ଦୁତ୍ୱ ଓ ବିକାଶ ପାଇଁ କାମ କରିବ କହିଛନ୍ତି ମହାରାଷ୍ଟର ନୂଆ ମୁଖ୍ୟମନ୍ତ୍ରୀ । ସିନ୍ଦେ ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ପରେ ଗୋଆରେ ହୋଟେଲରେ ଥିବା ବିଦ୍ରୋହୀ ବିଧାୟକମାନେ ଖୁସୀ ମନାଇଛନ୍ତି । ଏଥିସହ ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ବିଜେପି ଏବଂ ସିନ୍ଦେଙ୍କ ସମର୍ଥକମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଏବେ ଶିବସେନା ୩୯ ବିଦ୍ରୋହୀ ବିଧାୟକଙ୍କ ସହ ମୋଟ ୪୯ ଜଣ ବିଦ୍ରୋହୀ ବିଧାୟକ ମୁମ୍ବାଇ ଠୁ ୬ଶହ କିଲୋମିଟର ଦୂର ଗୋଆରେ ଏକ ହୋଟେଲରେ ଅଛନ୍ତି । ଖୁବଶୀଘ୍ର ସେମାନେ ମୁମ୍ବାଇ ଫେରି ନୂଆ ସରକାରରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳଛି । ହେଲେ କାହିଁକି ଦେବେନ୍ଦ୍ର ଫଡନବିସ୍ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।