ଶ୍ରୀମନ୍ଦିର ଚାରିପଟେ ଐତିହ୍ୟ କରିଡର ନିର୍ମାଣକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ : କହିଲେ ଆଇନକୁ ଉପେକ୍ଷା କରି ଚାଲିଛି ବିକାଶ କାମ

ଐତିହ୍ୟ କରିଡର ନିର୍ମାଣର ଅଭିଜ୍ଞତା ନଥିବା ଠିକା ସଂସ୍ଥାକୁ ଦିଆଯାଇଛି କାମ

126

କନକ ବ୍ୟୁରୋ : ପୁରୀକୁ ଗଲେ ପ୍ରଶ୍ନ କଲେ । ଏକ୍ରାମ କ୍ଷେତ୍ର ଐତିହ୍ୟ କରିଡରକୁ ନେଇ ପ୍ରଶ୍ନ ଉଠାଉଥିବା ଭୁବନେଶ୍ୱର ସାଂସଦ ଆଜି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ଚାରିପଟେ ଐତିହ୍ୟ କରିଡର ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ବିକାଶ କାମ ହେଉ, କିନ୍ତୁ ବେଆଇନ ଭାବରେ ନୁହେଁ । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ବିକାଶ କାମ ପାଇଁ ଏନଏମଏ ଓ ଏଏସଆଇର ଅନୁମତି କାହିଁକି ନିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ଐତିହ୍ୟ କରିଡର ନିର୍ମାଣ ସମ୍ପର୍କରେ ଅଭିଜ୍ଞତା ନଥିବା ଏକ ଠିକା ସଂସ୍ଥାକୁ କାମ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ବଡ଼ କଥା ହେଉଛି କିଛି ଦିନ ତଳେ ଜାତୀୟ କିର୍ତିରାଜି କତୃପକ୍ଷଙ୍କ ପ୍ରସ୍ତାବିତ ବାଇ–ଲ କୁ ବିରୋଧ ହେବା ପରେ ଏହାକୁ ହଟାଇ ନିଆଯାଇଛି । ଓଡ଼ିଶା ସରକାର ଶ୍ରୀମନ୍ଦିର ଚାରିପଟେ ଚଳାଇଥିବା ବିକାଶ କାମକୁ ଏହା ପ୍ରଭାବ କରିବ ବୋଲି ତୀବ୍ର ବିରୋଧ କରାଯାଇଥିଲା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରସ୍ତାବିତ ବାଇ–ଲକୁ ହଟାଇ ନେଇଥିବା ବେଳେ, ରାଜ୍ୟ ସରକାରଙ୍କ ବିକାଶ କାମକୁ ବେଆଇନ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।