ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା : ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ; ସବୁ ଟିକାର ପ୍ରୋଟେକ୍ସନ ରହୁଛି ୭୧-୯୧%

176

କନକ ବ୍ୟୁରୋ :  କରୋନାରୁ ରକ୍ଷା ପାଇଁ ଏବେ ସାରା ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ତେବେ ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ ବୋଲି କହଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଓ କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି ସେ ନେଇ ସବୁ ସ୍ଥାନରେ ତର୍ଜମା ହେଲାଣି ଆମେ ମଧ୍ୟ ତର୍ଜମା ଆରମ୍ଭ କରିବୁ କିନ୍ତୁ ଏହି ପ୍ରକ୍ରିୟା ସମୟ ସପେକ୍ଷ ବୋଲି ସେ କହିଛନ୍ତି ।

ସେହିପରି ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମଣ ରହିଛି ଆକ୍ରାନ୍ତଙ୍କୁ ଖୋଜି ବାହାର କରିବା ମୁଖ୍ୟ ଷ୍ଟ୍ରାଟେଜି ବୋଲି କହିଛନ୍ତି ବିଜୟ ମହାପାତ୍ର । ସେହିପରି ଆଇସିୟୁରେ ଏବେ ୫୪ ପ୍ରତିଶତ ଏବଂ ଭେଂଟିଲେଟରରେ ୫୬ ପ୍ରତିଶତ ରୋଗୀ ଅଛନ୍ତି । ଅଧିକ ଦିନର ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ମେଡ଼ିକାଲ କଲେଜରେ ଇକମୋ ମେସିନ୍ ଲଗାଇବା ନେଇ ପ୍ରକ୍ରିୟା ଚାଲିଛି । ଏମସରେ ଏହି ମାସ ଶେଷ ସୁଦ୍ଧା ଇକମୋ ମେସିନ୍ ଲାଗିପାରେ ବୋଲି କହିଛନ୍ତି ବିଜୟ ମହାପାତ୍ର ।