ଏମିତି ଦେଶ ଯେଉଁଠି ନାହିଁ ଓମିକ୍ରନ୍ ଭୟ । ପର୍ଯ୍ୟଟକଙ୍କୁ ଜଣାଉଛି ନିମନ୍ତ୍ରଣ ।

244

କନକ ବ୍ୟୁରୋ: ଚାରିଆଡେ ଏବେ କରୋନାର ତୃତୀୟ ଲହର ତଥା ଓମିକ୍ରନ୍ର ଭୟ ଖେଳିଯାଇଥିବାବେଳେ ବିଶ୍ୱରେ ଏପରି ଏକ ଦେଶ ଅଛି ଯେଉଁଠି ଲୋକଙ୍କକୁ ଓମିକ୍ରନ୍ ଡର ନାହିଁ । କାରଣ ଏହି ଦେଶରେ ସରକାର ଓମିକ୍ରନକୁ ମାତ୍ ଦେବାକୁ ଏମିତି କିଛି ବନ୍ଦୋବସ୍ତ କରିଛନ୍ତି ଯାହାକୁ ନେଇ ସେଠିକାର ଲୋକେ ବେଶ ଆଶ୍ୱସ୍ତ ଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଦୁନିଆଁର ଅଧିକାଂଶ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିବାକୁ ପସନ୍ଦ କରୁଛନ୍ତି ।

ଦୁନିଆଁର ଅଧିକାଂଶ ଦେଶରେ କରୋନା ଭାଇରସର ନୂଆ ଭୂତାଣୁ ହଇଚଇ ସୃଷ୍ଟି କରିଥିବାବେଳେ ଅନେକ ଦେଶରେ ଭାରି କଟକଣା ଲାଗୁ ହୋଇଛି । ଓମିକ୍ରନର ଗତିରୋଧ କରିବାକୁ କଟକଣା ଜାରି କରିଛନ୍ତି ବିଭନ୍ନ ଦେଶ । ହେଲେ ଏଥିରୁ ବ୍ୟତୀକ୍ରମ ଦେଖାଦେଇଛି ସାଉଦ୍ ଆରବ ରାଷ୍ଟ୍ରରେ (ନାଇଟେଡ୍ ଆରବ ଏମିରେଟ୍ସ) ।ଏଠାରେ ଲୋକେ ପୂର୍ବଭଳି ବିନା ଡରରେ ଜୀବନଯାପନ କରୁଛନ୍ତି । ଏଠାକୁ ବୁଲିଯିବାକୁ ପର୍ଯ୍ୟଟକଙ୍କ ପାଇଁ ଏହି ଦେଶରେ କୌଣସି କଟକଣା ନଥିବା ଜଣାପଡିଛି ।

 ବିବିସିର ରିପୋର୍ଟ ମୁତାବକ, ଏଠାରେ ଆଧୁନିକ ଢଙ୍ଗରେ ଓମିକ୍ରନକୁ ରୋକିବାକୁ ପଦକ୍ଷେପ ନିଆଯାଉଛି ।ଏଠାରେ  ଦ୍ରୁତ ଟିକାକରଣ, ଶସ୍ତାରେ ଟେଷ୍ଟିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସାଉଦ ଆରବ ବ୍ଲମବର୍ଗର କୋଭିଡ ରେଜିଲିଏନ୍ସ ର୍ୟାଙ୍କିଙ୍କରେ ସବୁଠୁ ଆଗରେ ରହିଛି । ୫୩ଟି ଦେଶର ସ୍ୱାସ୍ଥ୍ୟ ସୁବିଧାର ମାନଦଣ୍ଡ, କରୋନାରେ ହୋଇଥିବା ମୃତ୍ୟୁ ହାର ଉପରେ ଆଧାର କରି ଏହି ର୍ୟାଙ୍କ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।