ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନୱା଼ଡି କର୍ମୀ : ଦାବି ପାଇଁ ଏକାଠି ହେଲେ ହଜାର ହଜାର କର୍ମୀ

578

କନକ ବ୍ୟୁରୋ : ଆନ୍ଦୋଳନରେ ଅଙ୍ଗନୱାଡି କର୍ମଚାରୀ ସଂଘ । ସରକାରଙ୍କ ନାଲି ଆଖି ସତ୍ୱେ ଅଙ୍ଗନୱାଡି ସଂଘ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଲୋୟର ପିଏମଜିରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନୱାଡି କର୍ମୀ । ସରକାର ଦାବି ପୂରଣ ନକଲେ ଆନ୍ଦୋଳନ ଆହୁରି ତେଜିବ । ନିଜ ହକ୍ ପାଇବା ପାଇଁ ଲକ୍ଷ ଲକ୍ଷ ଅଙ୍ଗନୱାଡି ରାସ୍ତାକୁ ଓହ୍ଲାଇବେ । ଅବସରକାଳୀନ ସହାୟତା ରାଶି ବୃଦ୍ଧି, କୌଣସି ସୁବିଧା ପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗରେ ଅଙ୍ଗନୱାଡି କର୍ମୀ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ କରିବେ ।