କୋଣାର୍କକୁ ଅପମାନ ! ଓଡ଼ିଆଙ୍କ ଧର୍ମୀୟ ଭାବନାକୁ ଆହତ କଲାପରି ମନ୍ତବ୍ୟ, ଅଭିଜିତ ଆୟର ମିତ୍ର ଏମିତି କଲେ ସୂର୍ଯ୍ୟ ମନ୍ଦିରର ବର୍ଣ୍ଣନା

167

କନକ ବ୍ୟୁରୋ : ଓଡିଶାର ଐତିହ୍ୟ ହେଉଛି କୋଣାର୍କ ମନ୍ଦିର । ଇତିହାସ ପୃଷ୍ଠାରେ କୋଣାର୍କ ସୁନ୍ଦରତା ଏବଂ କାରୁକାର୍ଯ୍ୟ ବିଷୟରେ ଅନେକ କଥା ଶୁଣିବାକୁ ମିଳିଥାଏ । କୋଣାର୍କର କାରୁକାର୍ଯ୍ୟ ଦେଖିବା ପାଇଁ ଦୂରଦୁରାନ୍ତରରୁ ଲୋକେ ପାଇଁ ଆସିଥାନ୍ତି । ବିଦେଶରୁ ପର୍ଯ୍ୟଟକ ମାନେ ମଧ୍ୟ କୋଣାର୍କ ମନ୍ଦିରର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଆସନ୍ତି । କୋଣାର୍କ ମନ୍ଦିରରେ ଖୋଦିତ ଅନେକ ପ୍ରକାରର ଦେବଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର ସଙ୍ଗୀତ ଶିଳ୍ପୀ, ନଟ, ନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ, ଯୁଦ୍ଧ ଓ ଶିକାର ଆଦିର ଅସଂଖ୍ୟ ଚିତ୍ର ଦେଖିବାକୁ ମିଳେ ।

ତା’ ସହିତ କେତେ ଜାତିର ପଶୁ-ପକ୍ଷୀ, ପାଖାପାଖି ଦୁଇହଜାର ଆକର୍ଷକ ଓ ଜିଅଁନ୍ତା ଦିଶୁଥିବା ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଓଡ଼ିଆ ସ୍ଥାପତ୍ୟର ଚିହ୍ନ ଦର୍ଶକକୁ ବିମୋହିତ କରେ । ଏହାର ସଜୀବ ଚିତ୍ରଣ ଏହି ମନ୍ଦିରକୁ ଅନ୍ୟ ମନ୍ଦିରମାନଙ୍କଠାରୁ ପୃଥକ ଓ ଉତ୍କୃଷ୍ଟ ପ୍ରତିପାଦିତ କରେ । ମନ୍ଦିରରେ ଖୋଦିତ କାମୋଉତ୍ତେଜକ ଚିତ୍ରପାଇଁ ମଧ୍ୟ କୋଣାର୍କ ପ୍ରସିଦ୍ଧ । ଜୀବନର ଏହି କୋମଳ ଗୋପନ ମାଧୁର୍ଯ୍ୟକୁ ଏତେ ସ୍ପଷ୍ଟ ଭାବରେ ଚିତ୍ରିତ କରିବା ଓଡ଼ିଆ କଳାନୈପୁଣ୍ୟର ଶ୍ରେଷ୍ଠତା ପ୍ରତିପାଦନ କରେ । ମଣିଷ, ସବୁପ୍ରକାର ପ୍ରାଣୀମାନଙ୍କର କାମକ୍ରୀଡ଼ାକୁ ଅତି ସଜୀବ ଭାବରେ ମନ୍ଦିରର କାନ୍ଥରେ ଚିତ୍ରିତ କରାଯାଇଛି ।

konark sun temple

ତେବେ କୋଣାର୍କ ମନ୍ଦିର ଏହି ବିଭିନ୍ନତାକୁ ନେଇ ଅପଶବ୍ଦ ବ୍ୟବହାର କରିବା ସହ ବିଶ୍ୱ ଐତିହ୍ୟ କୁ ସମାଲୋଚନା କରାଯାଇଛି । ଯାହା ଆମ ଓଡ଼ିଶାର ତଥା ଓଡ଼ିଆଙ୍କ ଭାବାବେଗକୁ ଆହତ କରିଛି । ଗତ ୧୫ ତାରିଖରେ ଓଡିଶା ବୁଲିବା ଆସିଥିଲେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର । ଆଉ ସେ ବୈଜୟନ୍ତଙ୍କ ଚପରରେ ବସି  ଓଡ଼ିଶା ଭ୍ରମଣ କରିଥିଲେ । ଚପରରେ ବସିଥିବା ଅଭିଜିତ ଆୟାର ମିତ୍ର ନିଜେ ଟ୍ୱିଟ କରି ଓଡ଼ିଶା ଭ୍ରମଣର ସବୁ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଓଡ଼ିଶା ଭ୍ରମଣ ସମୟରେ ଚପରରେ ବସି ସେ ପୁରୀ ମନ୍ଦିର, ଚିଲିକା ଉପରେ ଚପର ଉଡ଼ାଇଥିଲେ ।

 

କୋଣାର୍କ ମନ୍ଦିର ଉପରେ ବି ଉଡିଥିଲା ଏହି ଚପର । ଏ ନେଇ ଅଭିଜିତ ଆୟାର ମିତ୍ର ନିଜେ ଟ୍ୱିଟରର ଭିଡିଓ ଓ ଫଟୋ ସେୟାର କରିଛନ୍ତି । ଏହି ସମୟରେ ହେଲିକପ୍ଟରରେ ସେ ବସିଥିବାର ଦୃଶ୍ୟ ରହିଛି । ଏଥିରେ କୋଣାର୍କ ମନ୍ଦିର ଚାରିପଟେ ବୁଲୁଥିବା ଦୃଶ୍ୟ ରହିଛି । ତେବେ କୋଣାର୍କ ମନ୍ଦିର ପରିସରରେ ବୁଲୁଥିବାର ଏକ ଭିଡ଼ିଓ ସେ ସେୟାର କରିଛନ୍ତି । ଯାହା ବେଶ୍ ଦୁର୍ଭାଗ୍ୟଜନକ । ମନ୍ଦିର ଓ ଏହାର କାରୁକାର୍ଯ୍ୟକୁ ନେଇ ସେ ଅପଶବ୍ଦ ବ୍ୟବହାର କରିଛନ୍ତି । କୋଣାର୍କର କାରୁକାର୍ଯ୍ୟକୁ ନିନ୍ଦା କରିବା ସହ ଓଡ଼ିଆଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଲାପରି ମନ୍ତବ୍ୟ ଦେଇଛନ୍ତିି ।

 

ସେ ମନ୍ଦିରରେ ଖୋଦିତ ହୋଇଥିବା କାମଉଦ୍ଦୀପକ ଚିତ୍ରକୁ ନେଇ ସମାଲୋଚନା କରିଛନ୍ତି । ମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ଖୋଦିତ ହୋଇଛି, ଏହା କିପରି ଏକ ପବିତ୍ର ସ୍ଥାନ ହୋଇପାରିବ ବୋଲି ସେ ଭିଡ଼ିଓରେ କହିଛନ୍ତି । ହିନ୍ଦୁ ମାନଙ୍କ ବିରୋଧରେ କୋଣାର୍କ ମନ୍ଦିର ମୁସଲମାନ ଶାସକଙ୍କ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ଏଭଳି ଅଶାଳୀନ ମନ୍ତବ୍ୟ ନେଇ ଟୁଇଟରରେ ଛାଡିବା ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଶେଷରେ ସେ କହିଛନ୍ତି ‘ଜୟ ଶ୍ରୀ ରାମ’ ଆମ ନୂଆ ରାମମନ୍ଦିର ଏପରି ଅଶ୍ଳୀଳ ଚିତ୍ର ତିଆରି ନହେଉ ।

ଏହାବ୍ୟତୀତ ପୁରୀ ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡିବା ନେଇ ଅଭିଜିତ ଆୟାର ମିତ୍ର ଭିଜୁଆଲ ଅପଲୋଡ କରିଛନ୍ତି । ଏ ନେଇ  ମାମଲା ରୁଜୁ କରିପାରେ ପୁରୀ ପୋଲିସ । ଟ୍ୱିଟର ରେ ଚପର ଉପରେ ବସି ଅଭିଜିତ ଆୟାର ମିତ୍ର ପୁରୀ ମନ୍ଦିର ଉପରେ ବୁଲିଥିବାବେଳେ ଟ୍ୱିଟରେ ଏହି ସବୁ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଶ୍ରୀମନ୍ଦିର ଉପରୁ ମୋର ସ୍ୱତନ୍ତ୍ର ମେସେଜ- ମନ୍ଦିର ସତରେ କେତେ ବଡ ଓ ଏହି ମନ୍ଦିର ଚାରିପଟେ କିଭଳି ସହର ରହିଛି ସେ ଉପରେ ଟ୍ୱିଟ୍ କରିଛନ୍ତି ।