ପୁରୀରେ ଉଚ୍ଛେଦ : ପୁରୀ ପେଣ୍ଠକଟାରେ ଭଙ୍ଗାଯାଉଛି ଅସୁରକ୍ଷିତ ଦୋକାନ ଘର ; ଶ୍ରୀଜଗନ୍ନାଥ ଷ୍ଟାଡିୟମକୁ ଲାଗିଥିବା ୩୭ଟି ଦୋକାନକୁ ଭଙ୍ଗାଯାଉଛି

82

କନକ ବ୍ୟୁରୋ : ପୁରୀକୁ ହେରିଟେଜ୍ ସିଟି କରିବା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ପୁରୀର ପେଣ୍ଠକଟା ନିକଟରେ ଆଜି ଚାଲିଛି ଉଛେଦ କାମ । ପେଣ୍ଠକଟା ନିକଟରେ ଶ୍ରୀଜଗନ୍ନାଥ ଷ୍ଟାଡିୟମକୁ ଲାଗିକରି ରହିଥିବା ୩୭ଟି ଦୋକାନ ଘରକୁ ନୋଟିସ୍ କରିଥିଲା ପୁରୀ ପୌରପାଳିକା । ଏବେ ଏସବୁର ଉଛେଦ ଆରମ୍ଭ ହୋଇଛି ।

ଦୋକାନ ଘର ଗୁଡିକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ଏବେ ଏହି ସ୍ଥାନକୁ ଉଛେଦ କରାଯିବା ପରେ ଆଗକୁ ଷ୍ଟାଡିୟମର ନିର୍ମାଣ କାମ ଆରମ୍ଭହେବ । ପ୍ରଶାସନର ଏପରି ନିଷ୍ପତିକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଉଛେଦର ଶିକାର ହୋଇଥିବା ବ୍ୟବସାୟୀ ଉପଯୁକ୍ତ ଥଇଥାନ୍ ଦାବି କରିଛନ୍ତି ।

Comments are closed.