ମାଆ-ଝିଅଙ୍କ ହତ୍ୟା ଘଟଣାରେ ବୋଲେରୋ ସହ ଥିଲା ‘ଇନୋଭା’ କାର । ଡେମୋ କଲା ବେଳେ ନକଲି ମୃତଦେହ ଉପରେ ବୋଲେରୋ ସହ ଚଢାଗଲା ଇନୋଭା

ପ୍ରଶ୍ନ ଉଠୁଛି, ହତ୍ୟାକାଣ୍ଡରେ ଆଉ କିଏ ସାମିଲ

1,056

କନକ ବ୍ୟୁରୋ: କଳ୍ପନା ଦାସ ଓ ତାଙ୍କ ଝିଅର ହତ୍ୟାକାଣ୍ଡରେ ବୋଲେରୋ ବ୍ୟତୀତ ଏକ ଇନୋଭା ମଧ୍ୟ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି । କାରଣ ଆଜି ଡେମୋ ସମୟରେ ନକଲି ମୃତଦେହ ଉପରେ ଏକ ଇନୋଭା ମଧ୍ୟ ଚଢାଯାଇଥିଲା । ଏବେ ପ୍ରଶ୍ନ ଉଠୁଛି ଏହି ଇନୋଭାରେ କିଏ କିଏ ବସିଥିଲେ । ଏନେଇ ପୋଲିସ ନିରବ ରହିଥିବା ବେଳେ ସନ୍ଦେହ କରାଯାଉଛି କଳ୍ପନା ହତ୍ୟାକାଣ୍ଡରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କ ପାଖରେ ପହଂଚିବା ପାଇଁ ତନାଘନା ତଦନ୍ତ ଚଳାଇଛି ପୋଲିସ ।

ଏହି ଘଟଣାରେ ଗିରଫ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ସାଥିରେ ନେଇ ପୋଲିସ ହତ୍ୟା ଘଟଣାର ଡେମୋ କରିଛି । କିପରି ପରିସ୍ଥିତିରେ କଳ୍ପନାଙ୍କ ହତ୍ୟା କରାଯାଇଥିଲା ଏବଂ କେମିତି କରାଯାଇଥିଲା ସେସବୁର ଡେମୋ କରିଦେଖାଇଛିି ବର୍ଦ୍ଧନ ଟପ୍ପୋ । ପୁରା ହତ୍ୟା ଘଟଣାର ଏକ ପ୍ରତିକାତ୍ମକ ଚିତ୍ର ସୃଷ୍ଟି କରାଯାଇଥିଲା । ନକଲି ମୃତଦେହ ଉପରେ ଚଢାଯାଇଥିଲା ବୋଲେରୋ ଗାଡି । ଆଜି ଛତିଶଗଡ ପୋଲିସ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ହତ୍ୟା କରାଯାଇଥିବା ସ୍ଥାନକୁ ନେଇଥିଲା । ଏବଂ ହତ୍ୟାକାଣ୍ଡର ପ୍ରତିଟି ପର୍ଯ୍ୟାୟକୁ ଡେମୋ ମାଧ୍ୟମରେ ବର୍ଣ୍ଣନା କରିଥିଲେ ବର୍ଦ୍ଧନ । ଏଥିସହ ଆଜି ସାମନାକୁ ଆସିଛି ହତ୍ୟାକାଣ୍ଡର ଫଟୋ । କଳ୍ପନା ଏବଂ ତାଙ୍କ ଝିଅଙ୍କ ମୃତଦେହ ରାସ୍ତା ଉପରେ ପଡିଥିବାର ଫଟୋ ।