କୋଇଡା ବିଡିଓଙ୍କ ବଦଳି ଦାବିରେ ବିକ୍ଷୋଭ : ଅନିୟମିତତା ଅଭିଯୋଗ ଆଣି ବିଡିଓଙ୍କ ଅଫିସ ଘେରିଲେ ଶତାଧିକ ଲୋକ

186

କନକ ବ୍ୟୁରୋ : ସୁନ୍ଦରଗଡ କୋଇଡା ବିଡିଓଙ୍କୁ ବଦଳି ଦାବି । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର ସିଆଇଟିୟୁ କର୍ମୀ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ବେଳେ ସିଆଇଟିୟୁ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି ।

ଏହି ସମୟରେ ବ୍ଲକ କାର୍ଯ୍ୟାଳୟ ଗେଟ ସହିତ ବିଡିଓଙ୍କ ବାସ ଗୃହ ଗେଟ୍ ମଧ୍ୟ ଭାଙ୍ଗିଯାଇଥିବା ସୂଚନା ରହିଛି । ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବିରୋଧରେ ଲୋକଙ୍କ ପାଇଁ କାମ ନକରିବା, ପଞ୍ଚାୟତ ମାନଙ୍କରେ ବହୁ ପ୍ରକଳ୍ପର ପେମେଣ୍ଟ ନ କରିବା, ୨୦୧୯-୨୦ ବର୍ଷ ଠାରୁ କୋଟି କୋଟି ଟଙ୍କା ଆସୁଥିବା ଉନ୍ନୟନ ମୂଳକ ପାଣ୍ଠିକୁ ବିନିଯୋଗ ନକରି ପକାଇ ରଖିବା, ଜନ ପ୍ରତିନିଧି ମାନଙ୍କୁ ଖରାପ ବ୍ୟବହାର, ଦୁର୍ନୀତି କରିବା ନେଇ ଆଦି ଅଭିଯୋଗ ରହିଛି ।