ରାଜ୍ୟରେ ବେଶି ଜୋରରେ ବ୍ୟାପି ନାହିଁ ପ୍ରାୟ ୨ମାସ ତଳେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ ଭୂତାଣୁ : ତଥାପି ଏହାକୁ ଭାରିଆଂଟ ଅଫ କନସର୍ନ ଘୋଷଣା କରିଛନ୍ତି ଭାରତ ସରକାର

606

କନକ ବ୍ୟୁରୋ : ଓଡିଶାର ଦେବଗଡରେ ପ୍ରାୟ ୨ ମାସ ତଳେ ଡେଲଟା ପ୍ଲସ ଭାରିଆଂଟ ଚିହ୍ନଟ ହୋଇଥିଲେ ମଧ୍ୟ ଏହା ଅଧିକ ବ୍ୟାପିନାହିଁ । ତେଣୁ କରୋନାର ଏହି ନୂଆ ଭୁତାଣୁକୁ ନେଇ ଆତଙ୍କିତ ହେବାର ନାହିଁ । ହେଲେ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ତେବେ ୨ ମାସ ତଳୁ ଏହି ଭାରିଆଂଟ ଚିହ୍ନଟ ହୋଇଥିଲେ ମଧ୍ୟ ଏବଂ ଆଜିଯାଏଁ ୫୦ରୁ ଅଧିକ ମାମଲା ଚିହ୍ନଟ ହୋଇଛନ୍ତି ।

ତେବେ ଏହାକୁ କାହିଁକି ‘ଭାରିଆଂଟ ଅପ କନସର୍ନ’ ଅର୍ଥାତ ଏହା ଚିନ୍ତାଜନକ ହୋଇପାରେ ବୋଲି କହୁଛନ୍ତି ଭାରତ ସରକାର । ବିଶେଷଜ୍ଞ ଡାକ୍ତରଙ୍କ ମତରେ, ୩ଟି କଥାକୁ ନେଇ ଭୂତାଣୁର ପ୍ରକାରକୁ ଚିନ୍ତାଜନକ ବୋଲି ବିବେଚନା କରାଯାଇଛି । ଭୂତାଣୁର ଏହି ପ୍ରକାର କେତେ ଦ୍ରୁତ ବେଗରେ ବ୍ୟାପୁଛି, ଏହା ଫୁସଫୁସକୁ ଅଧିକ ସଂକ୍ରମିତ କରୁଛି ଏବଂ ମନୋକୋନାଲ ଆଂଟିବଡି ମଧ୍ୟ ଏହା ବିରୋଧରେ କାମ କରୁଛନ୍ତି । ତେବେ ଡାକ୍ତର ନିରଜ ମିଶ୍ର କହିଛନ୍ତି ଡେଲଟା ଭୂତାଣୁ ପରି ଡେଲଟା ପ୍ଲସ ଭୂତାଣୁ ଏବଂ ଏହାକୁ ଟିକାର ଦୁଇଟି ଡୋଜ୍ ଓ ମାସ୍କ ପିନ୍ଧି ବ୍ୟାପିବାରୁ ଅଟକାଇ ହେବ ।