ଘରେ ନଥିଲେ ମଧ୍ୟ ତାଲା ଖୋଲି ଡେଲିଭରି କରିବ ଆମାଜନ ! ଲଞ୍ଚ ହେଲା ନୂଆ ସର୍ଭିସ , ଜାଣନ୍ତୁ ଏହାର ପୂରା ପ୍ରକିୟା

40

ଏବେ ଇ-କର୍ମସ କମ୍ପାନି ଆମାଜନ୍ କଷ୍ଟମରଙ୍କ ପାଇଁ ଜବରଦସ୍ତ ସର୍ଭିସ ଆରମ୍ଭ କରିବାକୁ ଯାଉଛି । ଏହି ସର୍ଭିସ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଏହାର ନାଁ ‘ଆମାଜନ କି’ ରଖାଯାଇଛି । ଏହି ନୂଆ ସର୍ଭିସ ଅନୁଯାୟୀ ଯଦି ଆପଣ ଆମାଜନରୁ କୌଣସି ଜିନିଷ ଅର୍ଡର କରିଥାନ୍ତି କିନ୍ତୁ ଡେଲିଭରି ସମୟରେ ଘରେ ଉପସ୍ଥିତ ନଥାନ୍ତି । ତେବେ ମନ ଉଣା କରନ୍ତୁ ନାହିଁ । କାରଣ ଆପଣଙ୍କ ଜିନିଷ ଫେରିଯିବ ନାହିଁ । ଡେଲିଭରି ବୟ ଆପଣଙ୍କ ଘରେ ପଶି ଆପଣ ଅର୍ଡର କରିଥିବା ଜିନିଷ ଡେଲିଭରି କରି ପାରିବେ । ତେବେ ମନରେ ପ୍ରଶ୍ନ ଉଠୁଥିବ ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ଘରେ ଢେଲିଭରି ବୟ କିପରି ପ୍ରବେଶ କରିବ । ଆମାଜାନର ଏହି ନୂଆ ସର୍ଭିସ ବିଷୟରେ ଆସନ୍ତୁ ଜାଣିବା ।

amazon-key-screen-780x422ଆମାଜନ ଏବେ ସୁରକ୍ଷିତ ଡେଲିଭରି ସର୍ଭିସ ଆରମ୍ଭ କରିଛି । ପ୍ରାଇମ ସର୍ଭିସ ଜରିଆରେ ବନ୍ଦଥିବା ଗ୍ରାହକଙ୍କ ଘର ସ୍ମାର୍ଟ ସିକ୍ୟୁରିଟି ଚାବି ଦ୍ୱାରା ଖୋଳିଯାଇପାରିବ । ତେବେ ଘର ଖୋଲିବା ପୂର୍ବରୁ ଗ୍ରାହକଙ୍କ ଅନୁମତି ନିଆଯିବ ଏବଂ ଡେଲିଭରି ବୟ ଘର ଖୋଲିବା ସମୟର ସମସ୍ତ ଦୃଶ୍ୟକୁ ଆପଣ ମନିଟରିଂ କରି ପାରିବେ । ତେବେ ଏହି ସର୍ଭିସ ପାଇଁ ଏକ ନିଦ୍ଦିଷ୍ଟ ଧରଣର ଉପକରଣ ଆବାଶ୍ୟକ ହୋଇଥାଏ । ଏହି ସବୁ ଉପକରଣକୁ କ୍ଲାଉଡ କ୍ୟାମେରା ଓ ସ୍ମାର୍ଟ ଲକ ଦ୍ୱାରା ଲିଙ୍କ କରାଯାଇଥାଏ । କମ୍ପାନି ଅନୁଯାୟୀ ଏହି ସର୍ଭିସ ଏତେ ସୁରକ୍ଷିତ ଯେ, କେବଳ ଆମାଜନ ପଠାଇଥିବା ଡେଲିଭରି ବୟଙ୍କ ଦ୍ୱାରା ଆପଣଙ୍କ ଘର ଖୋଲାଯାଇପାରିବ । ଡେଲିଭରି ବୟଙ୍କ ପାଖରେ ଏହି ସର୍ଭିସର ଏକ ଆପ ରହିଛି ଯାହା ମାଧ୍ୟମରେ ସ୍ମାର୍ଟ ଲକକୁ ଖୋଲାଯାଇପାରିବ । ତେବେ ଏସବୁ ପୂର୍ବରୁ ଡେଲିଭରି ବୟକୁ ଗ୍ରାହକଙ୍କ ଅନୁମତି ନେବାକୁ ପଡିବ ।

ଉଦାହରଣ ଅନୁଯାୟୀ, ଯଦି ଗ୍ରାହକ ଆମାଜନରୁ କୌଣସି ସାମଗ୍ରୀ ଅର୍ଡର କରିଛନ୍ତି କିନ୍ତୁ ଡେଲିଭରି ସମୟରେ ଘରେ ନାହାନ୍ତି । ତେବେ ଏହି ସମୟରେ ଗ୍ରାହକଙ୍କ ନିକଟକୁ ଏକ ନୋଟିଫିକେସନ ଆସିବ । ନୋଟିଫିକେସନରେ ଦିଆଯାଇଥିବା ଅପ୍ସନ ଦ୍ୱାରା ଗ୍ରାହକ ଡେଲିଭରି ବୟର ସମସ୍ତ କାର୍ଯ୍ୟକଳାପକୁ ଲାଇଭ ଦେଖିପାରିବେ । ଏହି ନୂଆ ସର୍ଭିସ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ । ହ୍ୟାକର୍ସ ମାନେ ଚାହିଁଲେ ମଧ୍ୟ ଗ୍ରାହକଙ୍କ ଠିକଣା ପାଇପାରିବେ ନାହିଁ ବୋଲି କମ୍ପାନି ଦୃଢୋକ୍ତି ପ୍ରକାଶ କରିଛି ।

amazonତେବେ ଏହି ସର୍ଭିସର ଲାଭ ପାଇବା ପାଇଁ ପ୍ରଥମେ ଗ୍ରାହକଙ୍କୁ ପ୍ରାଇମ ମେମ୍ବର ହେବା ନିତାନ୍ତ ଜରୁରୀ । ପ୍ରାଇମ ମେମ୍ବର ହେବାକୁ ହେଲେ ଗ୍ରାହକଙ୍କୁ ୨୫୦ ଡଲାର ଦେବାକୁ ପଡିବ । ପ୍ରାଇମ ମେମ୍ବର ହେବା ଦ୍ୱାରା ଗ୍ରାହକଙ୍କୁ ଗୋଟିଏ କ୍ୟାମେରା ଓ ୱାଇଫାଇ ଲିଙ୍କ୍ ଥିବା ଲକ୍ ମିଳିବ ।ଏହାକୁ ଘରେ ଲଗାଇବା ପରେ ଏହି ସର୍ଭିସ କାମ କରିଥାଏ । ଏପରିକି ଯଦି ଗ୍ରାହକ ଘରେ ନଥାନ୍ତି ତେବେ ମଧ୍ୟ ଆମାଜନ ଡେଲିଭରି ବୟ ଗ୍ରାହକ ଅର୍ଡର ଦେଇଥିବା ସମାଗ୍ରୀକୁ ସ୍ମାର୍ଟ ଚାବି ଦ୍ୱାରା ଘର ଖୋଲି ଡେଲିଭରି କରି ପାରିବେ । ୮ ନଭେମ୍ବରରେ ଆମାଜନ ଏହି ସର୍ଭିସକୁ ଆମେରିକାର ୩୭ଟି ସହରରେ ଆରମ୍ଭ କରିବାକୁ ଯାଉଛି । କିନ୍ତୁ ଭାରତ ଓ ଅନ୍ୟ ଦେଶରେ କେବେ ଏହି ସୁବିଧା ଉପଲବ୍ଧ ସେ ନେଇ କମ୍ପାନି ତରଫରୁ କୌଣସି ଖବର ପ୍ରକାଶ ପାଇନାର୍ହି ।