ଆଇପିଏଲ ଲଢେଇ: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

157

କନକ ବ୍ୟୁରୋ: ଆଜି ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ତେଣୁ ବ୍ୟାଟିଂ କରିବାକୁ ପ୍ରଥମେ ମୈଦାନକୁ ଓହ୍ଲାଇବ ଧୋନୀ ବାହିନୀ । ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ବିଜୟ ଅଭିଯାନରୁ ଆରମ୍ଭ କରିବାକୁ ପ୍ରୟାସ କରିବେ ।

ଦିଲ୍ଲୀ ସମସ୍ତ ନବାଗତ ବ୍ୟାଟ୍ସମ୍ୟାନଙ୍କୁ ନେଇ ମୈଦାନକୁ ଓହ୍ଲାଇବ । ସେହିପରି ଚେନ୍ନାଇ ଦଳରେ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି । ଦିଲ୍ଲୀରେ ରିଷବ ପନ୍ତ, ପୃଥୀ ଶ, ଶିଖର ଧାୱନ, ମାର୍କସ ଷ୍ଟୋଇନିସ, ସିମରନ ହେତମେୟାର ଭଳି ଖେଳାଳି ରହିଥିବା ବେଳେ ଚେନ୍ନାଇରେ ମହେନ୍ଦ୍ର ସିଂ ଧୋନୀ, ସୁରେଶ ରାଇନା, ଫାପ ଡୁପ୍ଲେସିସ, ଡ୍ୱେନ ବ୍ରାଭୋଙ୍କ ଭଳି ଖେଳାଳି ରହିଛନ୍ତି ।