ରାଜଧାନୀ ଦିଲ୍ଲୀରେ ଶୀତ ସାଙ୍ଗକୁ ଦାଉ ସାଜୁଛି ପ୍ରଦୂଷଣ ! ଘରୁ ନବାହାରିବା ପାଇଁ କରାଯାଉଛି ସଚେତନ ।

85

ପ୍ରଥମେ ପ୍ରଦୂଷଣ ଏବଂ ପରେ ଥଣ୍ଡା । ରାଜଧାନୀ ଦିଲ୍ଲୀରେ ହାଡଭଙ୍ଗା ଶୀତ ସାଙ୍ଗକୁ ଅଣନିଶ୍ୱାସୀ କରିଦେଉଥିବା ଭଳି ପ୍ରଦୂଷଣ ରାଜଧାନବାସୀଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ରବିବାର ଦିନ ଚଳିତ ବର୍ଷରେ ଦ୍ୱିତୀୟ ଥର ପାଇଁ ପ୍ରଦୂଷଣ ସ୍ଥର ସବୁଠାରୁ ଅଧିକ ରହିଥିଲା । ଯାହାକୁ ଦୃଷ୍ଟିରେ ରଖି ବରିଷ୍ଠ ଅଧିକାରୀମାନେ ଲୋକମାନଙ୍କୁ ଘରୁ ଅଧିକାଂଶ ସମୟ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଅଧିକାରୀମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସମୟରେ ପାଣିପାଗ ପରିସ୍ଥିତି ଅନୁକୂଳ ରହିନଥିବା କାରଣରୁ ବାୟୁମଣ୍ଡଳର ଗୁଣାବତ୍ତା ଆଗାମୀ କିଛି ଦିନ ପାଇଁ ଗମ୍ଭୀର ଶ୍ରେଣୀରେ ରହିବ ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଆକଳନ ଅନୁଯାୟୀ, ଦିଲ୍ଲୀର ଏକ୍ୟୁଆଇ ୪୫୦ ରହିଛି, ଯାହାକି ଗମ୍ଭୀର ଶ୍ରେଣୀରେ ଆସିଥାଏ । ତେବେ ଏପରି ସ୍ଥିତିରେ ସାଧାରଣତଃ ଲୋକମାନଙ୍କୁ ଶ୍ୱାସକ୍ରିୟା ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି ହୋଇଥାଏ । ଏହା ଚଳିତ ବର୍ଷରେ ଏପରି ଦ୍ୱିତୀୟ ଥର ହୋଇଛି, ଯାହାକି ପ୍ରଦୂଷଣ ସ୍ଥର ସବୁଠାରୁ ଅଧିକ ସ୍ଥରରେ ରହିଛି । ସେପଟେ ସାରା ଭାରତରେ ଶୀତର ଲହରୀ ଜାରି ରହିଥିବା ବେଳେ ଏଥିରୁ ବାଦ ପଡିନି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଥିବା ଜଣାପଡିଛି । ପ୍ରବଳ ଶୀତ ସାଙ୍ଗକୁ ଏପଟେ ପ୍ରଦୂଷଣ, ଦିଲ୍ଲୀବାସୀଙ୍କ ଜୀବନ ଦୁର୍ବିସହ କରିଦେଇଛି । ଏପରିକି ଘରୁ ବାହାରକୁ ନବାହାରିବା ପାଇଁ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଉଛି ।