ଲାଲକିଲ୍ଲାରେ ପତାକା ଲଗାଇଥିବା ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ । ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

151

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ଆନ୍ଦୋଳନ ବେଳେ ସେଠାରେ ପତାକା ଲଗାଇଥିବା ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା । ଏହି ଘଟଣାରେ ୨୩ ବର୍ଷୀୟ ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ର୍ନାରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ସେପଟେ ତାଙ୍କୁ କାହିଁକି ପୋଲିସ ଗିରଫ କରୁନାହିଁ ବୋଲି ଚାଷୀ ନେତା କହିଛନ୍ତି ।

ଲାଲକିଲ୍ଲା ହିଂସାର ଛାନଭିନ କରୁଥିବା ପୋଲିସ ଏବେ ପତାକା ଲଗାଇଥିବା ଯୁବକଙ୍କୁ ଖୋଜୁଛି । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରୁଥିବା ଚାଷୀ ଲାଲକିଲ୍ଲାକୁ ନିଜ କବଜାକୁ ନେଇଥିବା ବେଳେ ସେଠାରେ ଶିଖ ଧର୍ମୀୟ ପତାକା ଲଗାଇଥିବା ବ୍ୟକ୍ତି ଜଣକ ଯୁଗରାଜ ସିଂ ବୋଲି ଚିହ୍ନଟ କରାଯାଇଛି । ୨୩ବର୍ଷୀୟ ଯୁଗରାଜ ପଂଜାବର ୱନତାରା ସିଂ ଗାଁର ବାସିନ୍ଦା ବୋଲି ଜଣାପଡିଛି । ତେବେ ଏହି ଘଟଣାକୁ ସାମ୍ନାକୁ ଆସିବା ପରେ ତାଙ୍କ ବାପା, ମାଙ୍କ ସହ ଯୁଗରାଜ ମଧ୍ୟ ଫେରାର ହୋଇଥିବା ସୂଚନା ମିଳିଛି । ଘରେ ରହିଯାଇଛନ୍ତି କେବଳ ବୁଢା ଜେଜେବାପା, ଜେଜେମାଆ । ପୋଲିସ ଅନେକ ଥର ଚଢାଉ କରିଥିଲେ ମଧ୍ୟ ଖାଲି ହାତରେ ଫେରିଛି ।

ଗୁରୁଦ୍ୱାରାରେ ଶିଖ ଧାର୍ମିୟ ପତାକା ଲଗାଇବା କାମ କରୁଥିବା ଯୁଗରାଜ କିଛି ଦିନ ତଳେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଲାଲକିଲ୍ଲାରେ ଶିଖ ଧର୍ମୀୟ ପତାକା ଲଗାଇବା ନେଇ ପୋଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି । ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ନାଁର ଦେଶଦ୍ରୋହ ମାମଲା ରୁଜୁ କରିଛି ପୋଲିସ । ସେପଟେ ସମ୍ବିଧାନ ଅଧିକାର ଭିତରେ ରହି ଲାଲକିଲ୍ଲାରେ ପତାକା ଲଗାଇଥିବା କହିଥିଲେ ଦୀପ୍ ସିଦ୍ଧୁ । ତେବେ ତାଙ୍କୁ କାହିଁକି ପୋଲିସ ଗିରଫ କରୁନାହିଁ ବୋଲି ଚାଷୀ ନେତା କହିଛନ୍ତି ।

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦ ଘେରକୁ ଆସିଯାଇଥିଲେ ପଞ୍ଜାବି ଅଭିନେତା ଦୀପ ସିଦ୍ଧୁ । ସେ କୃଷକଙ୍କ ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି । ଆଉ ପ୍ରତିବାଦକାରୀ ଲାଲକିଲ୍ଲାରେ ପହଂଚିବା ପରେ ହିଁ ବ୍ୟାପିଥିଲା ହିଂସା । ଏପରିକି ଲାଲକିଲ୍ଲାରେ ଶିଖ ସମ୍ପ୍ରଦାୟର ପତାକା ଲଗାଇଥିବା ନେଇ ମଧ୍ୟ ତାଙ୍କ ନାଁ ଉଠିଛି । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି ।