ଦିଲ୍ଲୀର ପ୍ରବେଶ ପଥରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ରାସ୍ତାରେ କଣ୍ଟା ପୋତିଲା ଦିଲ୍ଲୀ ପୋଲିସ

116

କନକ ବ୍ୟୁରୋ: ଦିଲ୍ଲୀ ପ୍ରବେଶ ପଥରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଦିଲ୍ଲୀ ପ୍ରବେଶରୁ ରୋକିବା ପାଇଁ ରାସ୍ତାରେ କଂଟା ବ୍ୟାରିକେଡ ଲଗାଇଛନ୍ତି ପୋଲିସ । ସିଂଘୁ, ଟିକରି ଓ ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ଏକାଧିକ ସ୍ତରର ବ୍ୟାରିକେଡିଂ କରିଛି । ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀରେ ପଶି ଉତ୍ପାତ କରିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି ।

ଦିଲ୍ଲୀକୁ ଯାଇଥିବା ରାସ୍ତା ଏବେ କଂଟାରେ ଭରପୂର । ଗାଡିରେ ଯିବା କିମ୍ବା ଚାଲିକି ଯିବା ବି ସମ୍ଭବ ନୁହେଁ । ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ବୋଲି କୁହାଯାଇପାରିବ । ଆପେ ଆପେ ରାସ୍ତା ଏମିତି କଂଟାରେ ଭରିଯାଇନି, ଦିଲ୍ଲୀ ପୋଲିସ, ଏମିତି କରିଛି । ଉଦ୍ଦେଶ୍ୟ ହେଉଛି ଆନ୍ଦୋଳନକାରୀ ଚାଷୀ, ଦିଲ୍ଲୀ ଭିତରେ ପ୍ରବେଶ କରିପାରିବେନାହିଁ ।

ଦିଲ୍ଲୀରେ ପ୍ରବେଶ ପାଇଁ ଟିକରୀ ସୀମାରେ ବି ସୁରକ୍ଷା ବ୍ୟବସ୍ଥା ଏମିତି କରାଯାଇଛି, ଯେ କେହି ଚାହିଁଲେବି ଏହି ସୁରକ୍ଷା ଭେଦ କରି ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ । କେବଳ ଗୋଟିଏ ସ୍ତର ନୁହେଁ, ଏକାଧିକ ସ୍ତରରେ ବ୍ୟାରିକେଡିଂ କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀରେ ପଶି ଉତ୍ପାତ କରିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି । ନୂଆ କୃଷି ଆଇନ ବିରୋଧରେ ୬୯ଦିନ ହେଲା ଚାଲିଛି ଚାଷୀଙ୍କ ଆନ୍ଦୋଳନ । ଆଉ ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବାକୁ ଲାଗୁଛି ସବୁ ବଳ ଲଗାଇଦେଇଛି ଦିଲ୍ଲୀ ପୋଲିସ । ତାର ବାଡି ଓ ରାସ୍ତାରେ କଂଟା ଲଗାଇବା ସହ ଜଗିରହିଛନ୍ତି ସୁରକ୍ଷାକର୍ମୀ ।