ଦୀପାବଳୀ ପୂର୍ବରୁ ଅଣନିଶ୍ୱାସୀ ହେବ ଦିଲ୍ଲୀ ! ନାସାର ଫଟୋ ଦେଉଛି ଚେତାବନୀ 

133

କନକ ବ୍ୟୁରୋ : ଦୀପାବଳିକୁ ଆଉ ୯ ଦିନ ବାକି ଅଛି, କିନ୍ତୁ ଏବେଠୁ ଦିଲ୍ଲୀ ଏନସିଆରେ  ବିଷାକ୍ତ ବାୟୁ ବହିବା ଆରମ୍ଭ କରିଦେଲାଣି । ଲଗାତର ଭାବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ବଢି ଚାଲିଛି । ପ୍ରଦୂଷଣକୁ ଦେଖିଲେ ଏହା ମଧ୍ୟ ଅନୁମାନ କରାଯାଉଛି ଯେ ରାଜଧାନୀ ଦିଲ୍ଲୀ ପୁଣି ଥରେ ଗ୍ୟାସ ଚାମ୍ବର ପାଲଟିବ । ଏହାକୁ ନଜରରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ପ୍ରଦୂଷଣର ମାତ୍ରା ଯୋଗୁଁ ଲୋକେ ମୁହଁରେ ମାସ୍କ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଛି ।

 

image courtesy – www.sunthitmyanmar.com

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଦ୍ୱାରା ଛଡ଼ାଯାଇଥିବା ସାଟେଲାଇଟ୍ ଇମେଜ୍ ଉପରେ ନଜର ପକାଇଲେ ସ୍ଥିତିର ଗମ୍ଭୀରତା ବିଷୟରେ ଆପଣ ମଧ୍ୟ ଜାଣିପାରିବେ । ଚିତ୍ରରେ ଥିବା ଲାଲ୍ ଡଟ୍, ଭୟଙ୍କର ବିପଦର ଇସାରା ଦେଉଛି ।