ସୋମବାରରୁ ଦିଲ୍ଲୀରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ସଂପୂର୍ଣ୍ଣ କ୍ଷମତାରେ ଯାତ୍ରା କରି ପାରିବେ ଯାତ୍ରୀ, ଏପଟେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ, ମଲଟିପ୍ଲେକ୍ସ ଓ ଥିଏଟର ।

75

କନକ ବ୍ୟୁରୋ : ଦିଲ୍ଲୀରେ ଧିରେ ଧିରେ ସ୍ୱାଭାବିକ ହେଉଛି ଜୀବନଯାତ୍ରା । କରୋନା କାଳରେ ଜୀବୀକାକୁ ସ୍ୱାଭାବିକ କରିବା ଲକ୍ଷ୍ୟରେ କାଲିଠାରୁ ଅର୍ଥାତ ସୋମବାର ଠାରୁ ସିନେମା ହଲ, ମଲଟିପ୍ଲେକ୍ସ ଏବଂ ଥିଏଟର ଖୋଲିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର ।
୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ, ମଲଟିପ୍ଲେକ୍ସ ଏବଂ ଥିଏଟର ଖୋଲିବ । ସେହିପରି ସୋମବାର ସକାଳ ୬ଟାରୁ ପୂର୍ଣ୍ଣ କ୍ଷମତାରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ସ୍ପା ଖୋଲିବା ପାଇଁ ଟିକାକରଣ ଏବଂ କରୋନା ପରୀକ୍ଷାକୁ ଗୁୁରୁତ୍ୱ ମଧ୍ୟ ଦିଆଯାଇଛି । ସୋମବାର ଠାରୁ ସ୍ପା ଖୋଲୁଥିବା ବେଳେ ସମସ୍ତ କର୍ମଚାରୀଙ୍କ ସଂପୂର୍ଣ୍ଣ ଟିକାକରଣ କରିବାକୁ କୁହାଯାଇଛି । ନହେଲେ ପ୍ରତି ୧୫ ଦିନରେ ଥରେ କରୋନା ରିପୋର୍ଟ ନେଗେଟିଭ୍ ଦେବାକୁ ହେବ । ଗତ ୨୪ ଘଂଟାରେ ଦିଲ୍ଲୀରେ ଜଣେ ହେଲେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ନାହିଁ । ମାତ୍ର ୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ ସୁସ୍ଥ ହୋଇଛନ୍ତି ।