ମତଦାନ ପୂର୍ବରୁ ଆମ ଆଦମୀ ପାର୍ଟି ଓ ବିଜେପି ଏମଏଲସି ମୁହାଁମୁହିଁ । ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ବିରୋଧ

123

କନକ ବ୍ୟୁରୋ : ଜୋରଦାର ମୁହାଁମୁହିଁ ପରେ ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ । ଏମସିଡି ନିବାଚନ ପରେ ଆଜି ମେୟର ନିର୍ବାଚନ ହେବାର କାର୍ଯ୍ୟକ୍ରମ ଥିଲା । ତେବେ ଏହା ପୂର୍ବରୁ ଦେଖିବାକୁ ମିଳିଛି ପ୍ରବଳ ହଟଗୋଳ । ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପଜିଥିଲା । ମତଦାନ ସମୟରେ ଆମ ଆଦମୀ ପାର୍ଟିର କାଉନସିଲରମାନେ ଜୋରଦାର ବିକ୍ଷୋଭ କରିଥିଲେ   ।

ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକେସନାଙ୍କ ଦ୍ୱାରା ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତକୁ ବିରୋଧ କରି ଆପ ସଦସ୍ୟ ହୋହଲ୍ଲା କରିଥିଲେ । ମେୟର ନିର୍ବାଚନ ପୂର୍ବରୁ କାଉନସିଲରମାନେ ଅସ୍ଥାୟୀ ବାଚସ୍ପତିଙ୍କ ଦ୍ୱାରା ଶପଥ ନେବା କାର୍ଯ୍ୟକ୍ରମ ଥିଲା । ଏହାକୁ ନେଇ ଜୋରଦାର ହଟଗୋଳ ଦେଖିବାକୁ ମିଳିଛି । ଗୃହର ଆସାବପତ୍ର ଭଙ୍ଗାରୁଜା ସହ କିଛି ମେୟର ଆହତ ହୋଇଥିବା ସୂଚନା ମିଳିଛି । ଆପ କହିଛି ଗଣତାନ୍ତ୍ରିତ ପରମ୍ପରା ଓ ଅନୁଷ୍ଠାନକୁ ନଷ୍ଟ କରିବା ପାଇଁ ଏଭଳି ଜାଣିଶୁଣି କରାଯାଉଛି ।

ଏନେଇ ଉପରାଜ୍ୟପାଳଙ୍କୁ ଚିଠି ଲେଖାଇଥିଲେ ସୁଦ୍ଧା ଏହାକୁ ଅଣାଦେଖା କରାଯାଉଥିବା ଆପ ଅଭିଯୋଗ କରିଛି । ଏଥିସହ ଆପ କହିଛି କି ଉପରାଜ୍ୟପାଳ ଜାଣିଶୁଣି ମେୟର ନିର୍ବାଚନକୁ ପ୍ରଭାବିତ କରିବା ଲାଗି ବିଜେପି ସପକ୍ଷରେ କାମ କରୁଛନ୍ତି    ।