ଚାକିରି ଖୋଜୁଛନ୍ତି କି ? ତେବେ ଏଠାରେ କରନ୍ତୁ ରେଜିଷ୍ଟର, ଜାନୁଆରୀରେ ନିଯୁକ୍ତି ଦେବେ ସରକାର

ଏହି ମେଳା ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଛି ।

1,168

ଆଜିର ଦିନରେ ସାରା ଦେଶରେ ବେରୋଜଗାରୀ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ଉଚ୍ଚ ଶିକ୍ଷିତ ହୋଇ ବି ଯୁବପିଢୀଙ୍କୁ ବାରମ୍ବାର ନିରାଶ ମୁହଁ ଦେଖିବାକୁ ପଡୁଛି । ବର୍ଷ ପରେ ବର୍ଷ ବିତି ଚାଲିଛି, ନେତା ପରେ ପରେ ବଦଳି ଚାଲିଛନ୍ତି ହେଲେ ବେରୋଜଗାର ଭଳି ସମସ୍ୟା ଦେଶରୁ ଏବେବି ହଟିପାରିଲା ନାହିଁ । ଏସବୁ ଭିତରେ ଦିଲ୍ଲୀ ସରକାର ଆସନ୍ତା ବର୍ଷରେ ତଥା ନୂଆ ବର୍ଷରେ ବେରୋଜଗାରୀଙ୍କୁ ନିଯୁକ୍ତି ଦେବା ନେଇ ଘୋଷଣା କରିଛନ୍ତି ।ତେବେ ଏହି ନିଯୁକ୍ତି ପ୍ରକ୍ରିୟା ଦୁଇ ଦିନ ଧରି ଚାଲିବ , ଯାହାକି ଜାନୁଆରୀ ୨୧ ଏବଂ ୨୨ ରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ତେଣୁ ଯଦି ଆପଣ ବେରୋଜଗାରୀ ଅଟନ୍ତି ବା ଆପଣଙ୍କ ନିକଟରେ ଚାକିରି ନାହିଁ ତେବେ ଆପଣ ମଧ୍ୟ ଏହି ନିଯୁକ୍ତି ମେଳାରେ ସାମିଲ ହୋଇପାରିବେ ।

ଏହି ନିଯୁକ୍ତି ମେଳାରେ ଦେଶର ଅନେକ ବଡ ବଡ କଂପାନୀମାନଙ୍କୁ ଆମନ୍ତ୍ରିତ କରାଯିବ । ଏଥିପାଇଁ ଦିଲ୍ଲୀ ସରକାରଙ୍କ ତରଫରୁ ଏକ ନୂଆ େଓବସାଇଟର ବି ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ଆଶାୟୀପ୍ରାର୍ଥୀଙ୍କୁ ନିଜ ନାମ ରେଜିଷ୍ଟେସନ କରିବାକୁ ହେବ । ଦିଲ୍ଲୀର ଶ୍ରମ ମନ୍ତ୍ରୀ ଗୋପଳ ରାୟଙ୍କ ସୂଚନା ମୁତାବକ, ଏହି ନିଯୁକ୍ତି ମେଳାର ଆୟୋଜନ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଜାନୁଆରୀ ୨୧ ଏବଂ ୨୨, ଦୁଇ ଦିନ ଧରି କରାଯିବ ।

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ସରକାରଙ୍କ ତରଫରୁ ଆୟୋଜିତ ହେଉଥିବା ଏହି ମେଳା ୬ ଥର ପାଇଁ ସବୁଠାରୁ ବଡ ମେଳା ଅଟେ । ଏହି ଦୁଇ ଦିବସୀୟ ମେଳା ଆରମ୍ଭ ହେବା ପୂର୍ବରୁ ଅଂଶଗ୍ରହଣ କରୁଥିବା କଂପାନୀମାନଙ୍କର ନିଜ ସମ୍ବନ୍ଧିତ ସୂଚନା ପୋଟାଲରେ ୫ ଜାନୁଆରୀ ସୁଦ୍ଧା ଅପଡେଟ କରିବାକୁ ପଡିବ ।

ଅନ୍ୟପକ୍ଷରେ, ଆଶାୟୀ ପ୍ରାର୍ଥୀଙ୍କୁ ବି ପୋର୍ଟାଲରେ ନିଜ ନାଁ ରେଜିଷ୍ଟର କରି , ନିଜ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ମେଲ ଜରିଆରେ ପଠାଇବାକୁ ପଡିବ । ଏହି ମେଳାରେ ସରକାର ୧୦ ହଜାରରୁ ଅଧିକ ନିଯୁକ୍ତି ଉପଲବ୍ଧ କରାଉଛନ୍ତି । ତେଣୁ ଇଚ୍ଛୁକ ଆଶାୟୀପ୍ରାର୍ଥୀ ଦିଲ୍ଲୀ ଜବ ଫେୟାର ଡବ୍ଲୁଡବ୍ଲଡବ୍ଲୁ ଡଟ୍ ଜବଫେୟାର ଡଟ୍ ଦିଲ୍ଲୀ ଡଟ୍ ଜିଓଭି ଡଟ୍ ଇନ(www.jobfare.delhi.gov.in/) େଓବସାଇଟରେ ରେଜିଷ୍ଟର୍ଡ କରିପାରିବେ ।