ନିର୍ଭୟା ମାମଲା : ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ , ସପ୍ତାହ ମଧ୍ୟରେ ସମସ୍ତ ଆଇନଗତ ପ୍ରକ୍ରିୟା ସାରିବା ଲାଗି ଦେଲେ ନିର୍ଦ୍ଦେଶ, ଅଲଗା ଅଲଗା ନୁହେଁ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ

1,394

କନକ ବ୍ୟୁରୋ : ନିର୍ଭୟା ମାମଲାରେ ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ । ୪ ଦୋଷୀଙ୍କୁ ୭ ଦିନର ମହଲତ ଦେଲେ କୋର୍ଟ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ୭ ଦିନ ମଧ୍ୟରେ ସମସ୍ତ ନ୍ୟାୟିକ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହା ସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୪ ଦୋଷୀଙ୍କୁ ଅଲଗା ଅଲଗା ନୁହେଁ  ବରଂ ଏକ ସଙ୍ଗରେ ପାଶୀ ଦେବାକୁ କୋର୍ଟ କହିଛନ୍ତି । ତେବେ ବାରମ୍ବାର ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଫାଶୀ ଦଂଡାଦେଶକୁ ଘୁଂଚାଉଥିବାରୁ କୋର୍ଟରେ ମାମଲା ରୁଜୁ ହୋଇଥିଲା ଓ ଏହା ପରେ କୋର୍ଟ ଆଜି ଏପରି ରାୟ ଶୁଣାଇଛନ୍ତି ।