ଆପ୍ ନେତାଙ୍କୁ ବଡ ଝଟକା । ଉପରାଜ୍ୟପାଳଙ୍କ ବିରୋଧରେ ବିବାଦୀୟ ପୋଷ୍ଟକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

100

କନକ ବ୍ୟୁରୋ:  ଦିଲ୍ଲୀ ହାଇକୋର୍ଟରୁ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଉପରାଜ୍ୟପାଳ ବିନୟ କୁମାରଙ୍କ ବିରୋଧରେ ସୋସିଆଲ ମିଡିଆରେ କରାଯାଇଥିବା ଆପତ୍ତିଜନକ ପୋଷ୍ଟକୁ ତୁରନ୍ତ ହଟାଇବାକୁ ଆପ ନେତାଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ମୁତାବକ, ଦିଲ୍ଲୀ ଅବକାରୀ ନୀତି ବିରୋଧରେ ଉପରାଜ୍ୟପାଳ ବିନୟ କୁମାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଧାରରେ ଆପ ନେତାଙ୍କ ବିରୋଧରେ ତନାଘନା ଆରମ୍ଭ ରିଥିଲା ସିବିଆଇ । ଏଥିରୁ ବାଦ ପଡିନଥିଲେ ଖୋଦ୍ ଅବକାରୀ ତଥା ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ । ଏହାପରେ ଉତ୍ତ୍ୟକ୍ତ ଆପ୍ ନେତା ଉପରାଜ୍ୟପାଳ ବିନୟ କୁମାରଙ୍କ ବିରୋଧରେ ଏକାଧିକ ବିବାଦୀୟ ମନ୍ତବ୍ୟ ପୋଷ୍ଟ କରିଥିଲେ ।

ବିନୟ କୁମାର ଖଦୀ ଗ୍ରାମଦ୍ୟୋଗର ଚେୟାରମ୍ୟାନ ଥିବାବେଳେ ନିଜ ଝିଅକୁ ୮୦ କୋଟି ଟଙ୍କାର ଏକ ପୋଜେକ୍ଟର ଠିକା ଦେଇଥିଲେ । ଏହାସହ ଡିମନାଇଜେସନ୍ ସମୟରେ ମଧ୍ୟ ବିନୟ କୁମାର କୋଟି କୋଟି ଟଙ୍କା ହେରଫେର କରିଥିବା କହି ଆପ ନେତାମାନେ ପୋଷ୍ଟ କରିଥିଲେ । ଏହାକୁ ନେଇ ବିନୟ କୁମାର ଏକ ମାନହାନୀ ମକଦ୍ଦମା ଦାଏର କରଇଥିଲେ । ତାଙ୍କର  ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ହୋଇଥିବା ଏସବୁ ପୋଷ୍ଟକୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ବିନୟ କୁମର ଦିଲ୍ଲୀ ହାଇକୋର୍ଟଙ୍କୁ ଅପିଲ କରିଥିଲେ । ଏହାପରେ ହାଇକୋର୍ଟ ୫ଜଣ ବରିଷ୍ଠ ଆପ୍ ନେତାଙ୍କୁ କଡା ଚେତାବନୀ ଦେଇଥିବା ଜଣାପଡିଛି ।