କନକ ବ୍ୟୁରୋ : ଗରିବ ଶ୍ରମିକ ଓ ଦିନ ମଜୁରିଆଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଦିଲ୍ଲୀ ସରକାର ଶ୍ରମିକଙ୍କୁ ଡିଟିସି ବସରେ ମାଗଣାରେ ଯିବା ପାଇଁ ବାର୍ଷିକ ପାସ ଦେବା ପାଇଁ ଘୋଷଣା କରିଛନ୍ତି । ଏହା ସହିତ ଶ୍ରମିକଙ୍କ ପିଲାଙ୍କୁ ଫ୍ରିରେ କୋଚିଂ ଦିଆଯିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ବସରେ ମହିଳାମାନେ ମାଗଣାରେ ଯାତ୍ରା କରିବାର ସୁବିଧା ଦେବା ପରେ ଏବେ ଶ୍ରମିକଙ୍କ ପାଇଁ ମାଗଣା ବସ୍ ଯାତ୍ରା ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶ୍ରମ ବିଭାଗ ସହ ବୈଠକ କରିଥିଲେ । ଏବଂ ଶ୍ରମିକଙ୍କ ପାଇଁ ଆଶ୍ରୟସ୍ଥଳ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରକାରୀ ଯୋଜନାରେ ପଞ୍ଜିକୃତ ହୋଇଥିବା ୧୩ଲକ୍ଷ ଶ୍ରମିକଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।