ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଆଶ୍ୱସ୍ତି, ପତ୍ନୀଙ୍କୁ ଭେଟିବାକୁ କୋର୍ଟ ଦେଲେ ଅନୁମତି

182

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟ ତରଫରୁ ଆଶ୍ୱସ୍ତି ମିଳିଛି । କୋର୍ଟଙ୍କ ଅନୁମତି ମୁତାବକ ସିସୋଦିଆ ଜୁନ ୩ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ପତ୍ନୀଙ୍କୁ ଭେଟିପାରିବେ । ଏହାସହ କୋର୍ଟ ଅନ୍ତରୀଣ ଜାମିନ ଉପରେ ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି    ।

ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ପତ୍ନୀଙ୍କୁ ଭେଟିବା ପାଇଁ ଦେଇଥିବା ଅନୁମତି ମଧ୍ୟରେ କିଛି ସର୍ତ୍ତ ରଖିଛନ୍ତି । ଏଥିରେ ସେ ପତ୍ନୀଙ୍କୁ ଭେଟିବାକୁ ଯିବା ବେଳେ ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ । କେବଳ ନିଜ ପରିବାର ଲୋକଙ୍କ ସହ କଥା ହେବାକୁ ଅନୁମତି ମିଳିଛି । ଏହାସହ ଏହି ଅବଧି ମଧ୍ୟରେ ସିସୋଦିଆ ମୋବାଇଲ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ । ଏହାସହ ଶନିବାର ସନ୍ଧ୍ୟା ସୁଦ୍ଧା ସିସୋଦିଆଙ୍କୁ ପତ୍ନୀଙ୍କ ମେଡିକାଲ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ମେଡିକାଲ ରିପୋର୍ଟ ଦାଖଲ କରିବା ପରେ ସିସୋଦିଆଙ୍କ ପତ୍ନୀ ତାଙ୍କୁ ଜେଲରେ ଭେଟିପାରିବେ । କହିରଖୁ କି, ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସିସୋଦିଆ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ।

ଇଡି ତରଫରୁ ଆପ୍ ନେତା ସିସୋଦିଆଙ୍କ ବିରୋଧରେ କଥିତ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅନିୟମିତତାର ଅଭିଯୋଗ ଆଣିଛି । ଇଡି ଦାବି କରିଛି କି ଅବକାରୀ ନୀତି ମାମଲାରେ ପରିବର୍ତ୍ତନ କରିବା ବେଳେ ଲାଇସେନ୍ସ ଧାରକଙ୍କୁ ୍ରଅନୁଚିତ ଲାଭ ଦିଆଯାଇଛି ।