ଖୋଲିଲା ଦିଲ୍ଲୀର ସମସ୍ତ ସ୍କୁଲ : ତଦାରଖ କଲେ ଶିକ୍ଷା ମନ୍ତ୍ରୀ ମନୀଷ ଶିଶୋଦିଆ

69

କନକ ବ୍ୟୁରୋ : ଖୋଲିଲା ଦିଲ୍ଲୀର ସମସ୍ତ ସ୍କୁଲ । କରୋନା କଟକଣା ସହ ୫୦ ପ୍ରତିଶତ କ୍ଷମତା ନେଇ ଖୋଲିଛି ସମସ୍ତ ଶ୍ରେଣୀ । ସ୍କୁଲ ଖୋଲିଥିବା ବେଳେ ଆଜି ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମନୀଷ ଶିଶୋଦିଆ ଦିଲ୍ଲୀର କିଛି ସ୍କୁଲ ବୁଲି ତଦାରଖ କରିଛନ୍ତି । ସ୍କୁଲ ବୁଲିବା ପରେ ଶିଶୋଦିଆ କହିଛନ୍ତି, ନର୍ସରୀରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ କ୍ଲାସ କୋଭିଡ କଟକଣା ପାଳନ କରି ଖୋଲିଥିବାରୁ ଆମେ ଖୁସୀ ଅଛୁ । ସମସ୍ତ ସ୍କୁଲର ମୁଖ୍ୟଙ୍କୁ କୋଭିଡ କଟକଣା ପାଳନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି । ଯେପରି ୫୦ ପ୍ରତିଶତରୁ ଅଧିକ ପିଲା କ୍ଲାସରେ ଉପସ୍ଥିତ ନ ରହିବେ ସେନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି । ସ୍କଲର ଲାଇବ୍ରେରୀ, କ୍ଲାସ ରୁମ, ଲାବରେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି ।