ଜୀବନ ନେଇଗଲା ଇଲେକ୍ଟ୍ରୋନିକ ରିକ୍ସା । ଅଟୋରେ ଶୋଇଥିବା ବେଳେ ଚାର୍ଜ ହୋଇଗଲେ ଯୁବକ ।

49

ରାଜଧାନୀର କିରାଡି ଇଲାକାରେ ଏକ ଯୁବକ ଇ-ରିକ୍ସାରେ ଶୋଇଥିଲା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ପରିଜନଙ୍କ ଅନୁସାରେ ରବିବାର ରାତିରେ ରିକ୍ସାରେ ସେ ଶୋଇବାକୁ ଯାଇଥିଲେ ଏବଂ ସକାଳେ ଉଠି ନଥିଲେ । ଯେତେବେଳେ ସେ ଉଠିନଥିଲେ ଏହା ଜାଣିବାକୁ ମିଳିତିଲା ଯେ ତାଙ୍କର ପରିବାର ଲୋକ ଜାଣିବାକୁ ପାଇଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଗଳିରେ ଯାତାୟାତ କରୁଥିବା ଲୋକମାନେ ଯେତେବେଳେ ନୌଶାଦଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ ସେହି ସମୟରେ ଜାଣିବାକୁ ମିଳିଥିଲା ତାଙ୍କର ମୃତ୍ୟୁ ହୋଇଯାଇଛି । ପରିବାରବର୍ଗଙ୍କ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଯାଂଚ କରିବା ଆରମ୍ଭ କରି ଦେଇଛନ୍ତି ।

କିରାଡୀର ଇନ୍ଦ୍ର ଏନକ୍ଲେବ ଫେଜ ୨ରେ ବାସ କରୁଥିବା ନୌଶାଦ ଇ-ରିକ୍ସା ଚଳାଇ ନିଜର ପରିବାରବର୍ଗଙ୍କ ଭରଣପୋଷଣ କରୁଥିଲେ । ନୌଶାଦ ସବୁବେଳେ ରିକ୍ସା ଚାର୍ଜରେ ବସାଇ ଶୋଉଥିଲେ ଏବଂ ରବିବାର ଦିନ ସେହିଭଳି ଚାର୍ଜ ଲଗାଇ ଶୋଇଥିଲେ ମାତ୍ର ପରଦିନ ସକାଳେ ତାଙ୍କ ଆଖି ଖୋଲି ନଥିଲା । ସକାଳେ ଯେତେବେଳେ ନୌଶାଦଙ୍କୁ ଅଚେତ ଅବସ୍ଥାରେ ଦେଖି ଲୋକମାନେ ଉଠାଇବା ପାଇଁ ପ୍ରୟାସ କରିଥିଲେ ଲୋକଙ୍କୁ ବିଦ୍ୟୁତ ଝଟକା ଲାଗିଥିଲା । ଏହାପରେ ଏହି ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା ।

ପୁଲିସ ଉକ୍ତ ସ୍ଥାନକୁ ଆସି ନୌଶାଦଙ୍କୁ ମଙ୍ଗଳପୁରୀର ସଂଜୟ ଗାନ୍ଧି ହସ୍ପିଟାଲ ପହଂଚାଇଥିଲା ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ଦିଆଯାଇଛି । ମୃତ୍ୟୁର କାରଣ ରିପୋର୍ଟ ଆସିଲା ପରେ ଜଣା ପଡିବ ।