ଦିଲ୍ଲୀରେ ଦାନବତା ! ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ରାସ୍ତାରେ ଫୋପାଡିଲା ଦୁବୃତ୍ତ , ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ପୀଡିତା ।

313

ଦିଲ୍ଲୀର ଦ୍ୱାରିକା ସେକ୍ଟରରେ ୨୩ ତାରିଖରେ ଜଣେ ୬ ବର୍ଷର ନିରୀହ ଶିଶୁକନ୍ୟା ସହ ଦୁଷ୍କର୍ମର ମାମଲା ସାମ୍ନାକୁ ଆସିଛି । ଝିଅଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଡକ କଡର ଏକ ବୁଦା ଭିତରୁ ମିଳିଥିଲା । ସେଠାରୁ ଯାଉଥିବା ଜଣେ ବାଟୋଇ ଝିଅଟିର ଏଭଳି ଅବସ୍ଥା ଦେଖି ପୋଲିସକୁ ସୁଚନା ଦେବା ପରେ ପୀଡିତାକୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା ।

 

ଝିଅଟିର ବାପା ମା’ ମୁଲ ଲାଗି ପେଟ ପୋଷୁଥିବା ବେଳେ ଏଭଳି ଘଟଣା ଘଟାଇଥିବା ଅଭିଯୁକ୍ତର ଚେହେରା ସିସିଟିଭିରେ ଜଣାପଡିବା ଦ୍ୱାରା ପୋଲିସ୍ ଦୋଷୀକୁ ଗିରଫ କରିଛି । ଉତ୍ତରପ୍ରଦେଶର ବୁଲନ୍ଦସେହରରେ ରହୁଥିବା ୨୪ ବର୍ଷୀୟ ଏହି ଅଭିଯୁକ୍ତର ନାଁ ହେଉଛି ମହମ୍ମଦ ନହ୍ନେ ।