ଓଡ଼ିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ! ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗଦେବେ କେଜରିୱାଲ୍

130

କନକ ବ୍ୟୁରୋ : ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ । ଆସନ୍ତା ୩୧ରେ ଦିନିକିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗଦେବେ କେଜରିୱାଲ୍ । ତାଙ୍କ ସହ ଅନ୍ୟ କେତେକ ଜାତୀୟ ସ୍ତରର ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି ଏ ନେଇ ସୂଚନା ଦେଇଛନ୍ତି ସାମାଜିକ ନ୍ୟାୟ ଅଭିଯାନର ଆବାହାକ ଦେବୀ ପ୍ରସାଦ ପୃଷ୍ଟି । ତେବେ ସମାବେଶରେ ସେ ଦିଲ୍ଲୀ ସରକାରଙ୍କର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ବଖାଣିପାରନ୍ତି ।

source : The Indian Express

ତେବେ ଆଗକୁ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ରାଜନୈତିକ ଦଳର ରାଜନେତାମାନେ ଓଡ଼ିଶା ଆସୁଛନ୍ତି । ନିଜ ସରକାରଙ୍କ ସଫଳତା ବଖାଣିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ସେହିପରି ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କଟକ ଜିଲ୍ଲା ସାଲେପୁରର କୁଳିଆରେ ଆୟୋଜିତ ଏକ ସଭାରେ ଯୋଗଦେବେ ବୋଲି ସୂଚନା ମିଳିଛି।