କନକ ବ୍ୟୁରୋ: ନୋଟରେ ରହୁ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ । କେନ୍ଦ୍ର ସରକାରଙ୍କ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ଦିନ ପୂର୍ବରୁ ଏଭଳି କିଛି ଦାବି କରିଥିଲେ । ଏବେ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଶୁକ୍ରବାର କେଜ୍ରିୱାଲ ପଠାଇଥିବା ଚିଠିକୁ ଟୁଇଟ୍ କରି ଲେଖିଛନ୍ତି କି ୧୩୦ କୋଟି ଭାରତୀୟଙ୍କ ତରଫରୁ ଏ ଚିଠି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରହିଛି । ନୂଆ ନୋଟର ଗୋଟେ ପଟେ ଗାନ୍ଧୀଜି ଓ ଅନ୍ୟପଟେ ଦେବୀ ଲକ୍ଷ୍ମୀ, ଓ ଗଣେଶଙ୍କ ଫଟୋ ରହିବା ନେଇ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କେଜ୍ରିୱାଲ । ଏହାଦ୍ୱାରା ସେମାନଙ୍କ ଆର୍ଶିବାଦ ମିଳିବା ସହ ଦେଶର ଆର୍ଥିକ ପ୍ରଗତିରେ ଉନ୍ନତି ଆସିବ । ଏଥିସହ କେଜ୍ରିୱାଲ କହିଛନ୍ତି, ତାଙ୍କର ଏହି ଦାବିକୁ ଲୋକେ ସମର୍ଥନ ଜଣାଇଛନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହା ଲାଗୁ କରିବାକୁ ସେ ଚିଠିରେ ଲେଖିଛନ୍ତି । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ଏହା କେଜ୍ରିୱାଲଙ୍କ ନୂଆ ରାଜନୈତିକ ଚାଲ୍ ବୋଲି କହିଛି । ଆଗକୁ ଗୁଜୁରାଟ ଇଲେକ୍ସନ ଥିବାରୁ ହିନ୍ଦୁତ୍ୱ କାର୍ଡ ଖେଳି ଭୋଟ ହାତେଇବାକୁ ଉଦ୍ୟମ କରୁଥିବା କହିଛି ବିଜେପି ।
କେନ୍ଦ୍ର ସରକାରଙ୍କୁୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଭାରତୀୟ ନୋଟରେ ଗଣେଷ ଓ ଲକ୍ଷ୍ମୀଙ୍କ ଫଟୋକୁ ସ୍ଥାନ ଦେବାକୁ କଲେ ଅପିଲ ।
/kanak/media/post_attachments/wp-content/uploads/2022/10/28-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)