ରାବାଡାଙ୍କ ଘାତକ ବୋଲିଂ । ୧୩୮ ରନରେ ଅଲଆଉଟ ହେଲା ରାଜସ୍ଥାନ ଦଳ । ୪୬ରନରେ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । 

175

କନକ ବ୍ୟୁରୋ : ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ବିଫଳ ହେଲେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ । ଏହି ମ୍ୟାଚରେ ଦିଲ୍ଲୀ ୪୬ ରନରେ ବିଜୟ ହାସଲ କରିଛି । ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି ।

ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ଦିଲ୍ଲୀ ପକ୍ଷରୁ ସିମରନ ହେତମେୟାର ସର୍ବାଧିକ ୪୫ ଓ ମାର୍କସ ଷ୍ଟୋଇନ ୩୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୮୪ କରିବାରେ ସକ୍ଷମ ହୋଇଥିଲା ।

ପରେ ୧୮୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ ଦଳ । ହେଲେ ରାଜସ୍ଥାନର ବ୍ୟାଟ୍ସମ୍ୟାନ ମାନେ ସଫଳ ବ୍ୟାଟିଂ କରିପାରିନଥିଲେ । ଦଳ ପକ୍ଷରୁ ଯସଶ୍ୱୀ ଜୟଶ୍ୱାଲ ୩୪, ରାହୁଲ ତେୱତିଆ ୩୮ ଓ ଷ୍ଟିଭେନ ସ୍ମିଥ ୨୪ କରିଥିଲେ । ଫଳରେ ଦଳ ୧୯ ଓଭର ୪ବଲରେ ୧୩୮ ରନ କରି ଅଲଆଉଟ ହୋଇଥିଲା ।