ମହିଳା ପ୍ରିମିୟର ଲିଗ : ପ୍ରଥମଥର ଚାମ୍ପିୟନ ହେଲା ମୁମ୍ବାଇ ଇଣ୍ଡିଆନ୍ସ

204

କନକ ବ୍ୟୁରୋ : ପ୍ରଥମ ଥର ଲାଗି ଆୟୋଜିତ ହୋଇଥିବା ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ହରାଇ ଚାମ୍ପିୟନ ହୋଇଛି ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲା ।

ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୩ ୱିକେଟ ହରାଇ ଲକ୍ଷ ହାସଲ କରିନେଇଥିଲା । ଅଧିନାୟକ ହରମନପ୍ରୀତ କୌରଙ୍କ ୩୭ ରନ ଏବଂ ନାଟ୍ ଶ୍ଚିଭର ବ୍ରଂଟଙ୍କ ୭୨ ରନର ଇନିସ୍ ଯୋଗୁଁ ଦଳ ବିଜୟୀ ହୋଇଥିଲା । ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୬ କୋଟି ଟଙ୍କା ମଳିଥିବା ବେଳେ ଉପ ବିଜେତା ଦିଲ୍ଲୀ କ୍ୟାପିଟାଲ୍ସକୁ ୩ କୋଟି ଟଙ୍କା ମିଳିଥିଲା ।

ତେବେ ତୃତୀୟ ସ୍ଥାନ ହାସଲ କରିଥିବା ୟୁପି ୱାରିୟର୍ସକୁ ୧ କୋଟି ଟଙ୍କା ମିଳିଥିଲା । ଟୁର୍ଣ୍ଣାମେଣ୍ଟରେ ୩୪୫ ରନ କରିଥିବା ମେଗ ଲାନିଙ୍ଗକୁ ଅରେଞ୍ଜ କ୍ୟାପ ମିଳିଥିବା ବେଳେ ୧୬ ୱିକେଟ ନେଇଥିବା ହେଲି ମ୍ୟାଥ୍ୟୁସଙ୍କୁ ପର୍ପଲ କ୍ୟାପ ମିଳିଥିଲା । ତେବେ ହେଲି ମ୍ୟାଥ୍ୟୁସଙ୍କୁ ସବୁଠୁ ମୂଲ୍ୟବାନ ଖେଳାଳୀ ଭାବେ ବିବେଚନା କରାଯାଇଥିଲା । ତେବେ ସେଫାଳି ବର୍ମା ସବୁଠୁ ଅଧିକ ଛକା ମରିବାର ରେକର୍ଡ ତାଙ୍କ ନାଁରେ କରି ଦେଇଛନ୍ତି ।