ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ! ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଦିଲ୍ଲୀରେ ଟ୍ରାକରୁ ଖସିଲା ଟ୍ରେନର ଚକା ।

242

ଶନିବାର ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ । ନୂଆଦିଲ୍ଲୀ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସର ୪ଟି ଚକା ଟ୍ରାକରୁ ଖସିପଡିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ସେତେବେଳେ ହେଲା ଯେତେବେଳେ ଟ୍ରେନକୁ ପ୍ଲାଟଫର୍ମକୁ ଅଣାଯାଉଥିଲା । ତେବେ ଟ୍ରେନକୁ ଭଲ ଭାବେ ଯାଞ୍ଚ କରିବା ପରେ ଭୁବନେଶ୍ୱର ଅଭିମୁଖେ ବାହାରିଛି ରାଜଧାନୀ ଏକ୍ସପ୍ରେସ ।

ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ରାଜଧାନୀ ଏକ୍ସପ୍ରେସକୁ ସନ୍ଧ୍ୟା ୫ଟା ସମୟରେ ପ୍ଲାଟଫର୍ମକୁ ଅଣାଯାଇଥିଲା । ତେବେ ଟ୍ରେନକୁ ଅଣାଯିବା ସମୟରେ ହିଁ ଏହାର ୪ଟି ଚକା ଟ୍ରାକ୍ ତଳକୁ ଖସିପଡିଥିଲା । ତେବେ ଏହି ଘଟଣା ଜଣାପଡିବା ପରେ ରେଲୱେ ବିଭାଗ ପକ୍ଷରୁ ତତକ୍ଷଣାତ ଏହାର ମରାମତି କାମ ହୋଇଥିଲା । ପରେ ଟ୍ରାକ ଉପରକୁ ରାଜଧାନୀ ଏକ୍ସପ୍ରେସକୁ ଅଣାଯିବା ପରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି ।

ତେବେ ଏହି ଦୁର୍ଘଟଣା କିଭଳି ହେଲା ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହାର ଯାଞ୍ଚ କରିପାରେ ରେଳବିଭାଗ । ଯଦି ଏଭଳି ଘଟଣା ଟ୍ରେନ ଚାଲୁଥିବା ବେଳେ ହୋଇଥାନ୍ତା ତେବେ ଏକ ବଡ ଧରଣର ଦୁର୍ଘଟଣା ହେବାର ସମ୍ଭାବନା ରହିଥିଲା । ତେବେ ଟ୍ରେନ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହି ଦୁର୍ଘଟଣା ହୋଇଥିବାରୁ ଏଥିରେ ବିଶେଷ କ୍ଷୟକ୍ଷତି ହୋଇନାହିଁ ।