କନକ ବ୍ୟୁରୋ : ଓମିକ୍ରନ ଆକ୍ରାନ୍ତଙ୍କ ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ସରକାର ନେଲେ ବଡ଼ ନିଷ୍ପତ୍ତି । ସଂକ୍ରମଣ କମ ହେବା ପରେ କଟକଣା କୋହଳ କରାଯାଇଥିବା ବେଳେ ଏବେ ପୁଣି ଥରେ କଟକଣା ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ବଢ଼ୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଆସନ୍ତାକାଲିଠୁ ଏହା ଲାଗୁ ହେବ । ଦିଲ୍ଲୀବାସୀଙ୍କୁ ରାତି ୧୦ଟା ପୂର୍ବରୁ ସମସ୍ତ ଜରୁରୀ କାମ ଶେଷ କରିବାକୁ ହେବ । ଆଜି ଦିଲ୍ଲୀରେ ୨୯୦ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି । ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ସରକାର ଏବେଠୁ ସତର୍କ ହୋଇଛନ୍ତି ।
ଅନ୍ୟପକ୍ଷରେ ଆଜି କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ମଧ୍ୟପ୍ରଦେଶରୁ ଜଣେ ଏବଂ ହିମାଚଳରୁ ଜଣେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ମଧ୍ୟପ୍ରଦେଶକୁ ବିଦେଶରୁ ଫେରିଥିବା ୮ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ବୋଲି ଜିନୋମ ସିକ୍ୟୁଏନ୍ସିଂରୁ ଜଣାପଡ଼ିଛି । ସେହିଭଳି ହିମାଚଳ ପ୍ରଦେଶରୁ ୯ଟି ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିବା ବେଳେ ଜଣେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଏହି ୨ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୨ରେ ପହଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/night-curfew.png)