ଗ୍ୟାସ ଚାମ୍ବରରେ ପରିଣତ ହେଲା ଦିଲ୍ଲୀ ! ସର୍ବନିମ୍ନ ସ୍ତରରେ ପହଂଚିଲା ଏୟାର କ୍ୱାଲିଟି ଇନଡେକ୍ସ, ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ପରାମର୍ଶ ।

72

କନକ ବ୍ୟୁରୋ : ଆଜିଠୁ ଦିଲ୍ଲୀରେ ଲାଗୁ ହେଲା ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ବା ଜିଆରଏପି  । ଇପିସିଏ ବା ପର୍ଯ୍ୟବରଣ ପ୍ରଦୂଷଣ  ନିୟନ୍ତ୍ରଣ ପ୍ରାଧିକରଣ ପକ୍ଷରୁ ଏହାକୁ ଲାଗୁ କରାଯାଇଛି । ଦିଲ୍ଲୀ ଏନସିଆରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇ  ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ନଜରରେ ରଖି ଆଜି ଠାରୁ ୧୦ ତାରିଖ ଯାଏଁ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇଛି । ଏଥିସହ ପ୍ରଦୂଷଣ ସୃଷ୍ଟି କରୁଥିବା ସମସ୍ତ ଗତିବିଧି ଉପରେ ୧୦ ଦିନ ଯାଏଁ କଟକଣା ଲାଗୁ କରାଯାଇଛି ।

ସେପଟେ ପ୍ରଦୂଷଣକୁ ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପୂର୍ବ ୨ବର୍ଷ ପରି ଏବର୍ଷ ମଧ୍ୟ ଦିଲ୍ଲୀ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି । ଏହାକୁ ନଜରରେ ରଖି  କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଡା ପଦକ୍ଷେପ ନିଆଯିବାକୁ ନିଷ୍ପତି ନିଆଯାଇଛି । ଲୋକଙ୍କୁ ମାସ୍କ ପିନ୍ଧି ବାହାରକୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥି ସହ ଘରେ ଏୟାର ପ୍ୟୁରିଫାୟର ଲଗାଇବାକୁ ପରାମର୍ଶ ଦିଆଯାଇଛି ।  ସେପଟେ ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । କିଭଳି ଦିଲ୍ଲୀରେ ପ୍ରଦୂଷଣକୁ ରୋକାଯାଇ ପାରିବ ସେନେଇ ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ ।