ଏମ୍ସରେ ଓପିଡି ଟିକେଟ ପାଇଁ ଆଉ ଲାଗିବ ନାହିଁ ଟଙ୍କା, ଜାଣନ୍ତୁ କେତେ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିନାହିଁ ପରୀକ୍ଷା ଦେୟ

149

କନକ ବ୍ୟୁରୋ : ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥା ବା ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଆସିଲା ବଡ ଖବର । ଏବେ ଏମ୍ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଆଉଟ ଡୋର ଟିକେଟ ପାଇଁ ଆଉ ଦେବାକୁ ପଡିବ ନାହିଁ ଟଙ୍କା । ଏହାସହ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଯଦି ସ୍ଲଟ ନମିଳେ ତେବେ ତାଙ୍କ ପାଇଁ ଏକ ଭୋଟିଂ ଏରିଆର ବ୍ୟବସ୍ଥା କରାଯିବ । ଏଠାରେ ଅପେକ୍ଷା କରିଥିବା ସମସ୍ତ ରୋଗୀଙ୍କୁ ଟୋକନ ମିଳିବ । ଏହି ଟୋକନ ଉପରେ ଲଟେରୀ କରାଯିବ । ଯାହାର ନମ୍ବର ଲଟେରୀ ଲାଗିବ ସେ ହିଁ ସ୍ଲଟ ପାଇବ । ଏହି କ୍ଷେତ୍ରରେ ଦିବ୍ୟାଙ୍ଗ, ଗର୍ଭବତୀ, ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ ।

ଏମ୍ସ ନିର୍ଦ୍ଦେଶକ ଡା. ଏମ୍ ଶ୍ରୀନିବାସ କହିଛନ୍ତି କି ଓପିଡି ଆଗରେ ଲାଗୁଥିବା ଭିଡକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଆଉ ୩୦୦ ଟଙ୍କା ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଲାଗୁଥିବା ଦେୟ ଦେବାକୁ ପଡିବ ନାହିଁ । ଏହା ପୂର୍ବରୁ ଏମ୍ସରେ ରକ୍ତ ପରୀକ୍ଷା, ଏକ୍ସ ରେ, ଅଲଟ୍ରାସାଉଣ୍ଡ ଭଳି ପରୀକ୍ଷାକୁ ନିଶ୍ଳୁକ କରାଯାଇଥିଲା ।