ଡେଲ୍ଟା ପ୍ଲସ୍କୁ ନେଇ ମହାରାଷ୍ଟ୍ରରେ ହଇଚଇ । ଡେଲ୍ଟା ପ୍ଲସରେ ୬୬ଜଣ ସଂକ୍ରମିତ, ୫ ମୃତ । ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କ ବୟସ ୧୮ ବର୍ଷରୁ କମ୍

172

କନକ ବ୍ୟୁରୋ: ଗୋଟେ ପଟେ କରୋନାର ୩ୟ ଲହର ଆସିବା ଆଶଙ୍କା ଅନ୍ୟପଟେ ଭାରତରେ କାଳ କରୁଛି ଡେଲଟାପ୍ଲସ ଭାରିଏଂଟ । ବିଶେଷ କରି ମହାରାଷ୍ଟ୍ରରେ ଡେଲଟାପ୍ଲସ ଭାରିଏଂଟର ଆତଙ୍କ ସବୁଠୁ ଅଧିକ ଦେଖିବାକୁ ମିଳିଲାଣି । ରାଜ୍ୟରେ ୬୫ରୁ ଅଧିକ ଲୋକ ଏହି ଭାରିଏଂଟରେ ସଂକ୍ରମିତ ହେବା ସହ ୫ଜଣଙ୍କ ଜୀବନ ନେଲାଣି । ସଂକ୍ରମିତଙ୍କ ମଧ୍ୟରୁ ୭ଜଣରୁ ୧୮ରୁ କମ ବୟସ୍କ ବୋଲି ଜଣାପଡିଛି । ଏଥିସହ କରୋନା ଟିକାର ଡବଲ ଡୋଜ ନେଇଥିବା ବ୍ୟକ୍ତି ମଧ୍ୟ ଡେଲଟାପ୍ଲସ ଭେରିଏଂଟରେ ଆକ୍ରାନ୍ତ ହୋଇଛନ୍ତି ।